https://youtu.be/Tpksgof6MDg
ଅସରାଏ ବର୍ଷାରେ କେଉଁଟା ରାସ୍ତା କେଉଁଠି ଡ୍ରେନ ହେଉନି ଜାଣି
ଭୁବନ/ଅବିନାଶ ସାଥୁଆ ମହାପାତ୍ର: ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି କୁ ରାଜ୍ୟରେ ଏକ ନମ୍ବର ଏନ.ଏ.ସି ରେ ପରିଣତ କରିବାକୁ ଡିଣ୍ଡିମ ପିଟୁଥିବା ସ୍ଥାନୀୟ ପ୍ରଶାସନର ଏ ହେଉଛି ବାସ୍ତବ ଚିତ୍ର ।ଖବର ନେବାରୁ ଜଣାଯାଏ ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ଅନ୍ତର୍ଗତ ନୂଆଭୁବନ ଅଞ୍ଚଳରେ ଥିବା ଡ୍ରେନ ଗୁଡିକ ଦୀର୍ଘଦିନ ହେଲା ସଫା ହେଉ ନଥିଲା । ମୌସୁମୀ ଆଗମନର ଖବର ପାଇ ଦୀର୍ଘ ଦିନ ପରେ ପ୍ରଶାସନର ନିଦ ଭାଙ୍ଗିଲା ଯାହାକି ବିନା କୌଣସି ଟେଣ୍ଡରରେ କାମ ହେଉଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ତରବର ଭାବରେ ଡ୍ରେନର ମଇଳା କାଢି ରାସ୍ତାରେ ପକାଇ ଦେଇଛନ୍ତି ଏବଂ ଡ୍ରେନ ର ସବୁ ସ୍ଲାବ କାଢ଼ି ଦେଇଛନ୍ତି ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କ ଯାତାୟତ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜିର ଅସରାଏ ବର୍ଷାରେ କେଉଁଟା ରାସ୍ତା କେଉଁଠି ଡ୍ରେନ ଜାଣିହେଉନାହିଁ ।
ତୁରନ୍ତ ଉପରିସ୍ଥ ଅଧିକାରୀ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରି ଏଭଳି ମନମୁଖୀ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ଏବଂ ତୁରନ୍ତ ଡ୍ରେନ ଗୁଡିକରେ ସ୍ଲାବ ପକାଯାଉ ନଚେତ ଆଗାମୀ ଦିନରେ ଯଦି ଡ୍ରେନରେ ପଡି କାହାର ମୃତ୍ୟୁ ହୁଏ ସେଥିପାଇଁ ପ୍ରଶାସନ ଦାଇରହିବେ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି ।