ସାମ୍ବାଦିକଙ୍କୁ ପୁରୀ ସେବାୟତଙ୍କ ଆକ୍ରମଣର ପ୍ରତିବାଦ: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବଡ଼ବିଲ ପ୍ରେସ କ୍ଲବ

0

ଶାସକ ପ୍ରଶାସକ (ବଡ଼ବିଲ):ପବିତ୍ର ରଥଯାତ୍ରା ସମୟରେ ପୁରୀରେ କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କୁ ସେବାୟତଙ୍କ ଆକ୍ରମଣ ଘଟଣାକୁ ବଡ଼ବିଲ ପ୍ରେସ କ୍ଲବ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ସେବାୟତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ବଡ଼ବିଲ ପ୍ରେସ କ୍ଲବ ପରିସରରେ ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସରକାର ସୁରକ୍ଷା ଯୋଗାଇ ଦେବାକୁ କ୍ଲବର ସଦସ୍ୟମାନେ ଦୃଢ଼ ଦାବି କରିଛନ୍ତି।

Leave A Reply

Your email address will not be published.