ଭୁବନେଶ୍ୱର, ଜୁନ ୨୧: ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନଷ୍ଟିଟ୍ୟୁଟସ ରାଙ୍କିଙ୍ଗ୍ ସର୍ଭେ ୨୦୨୩ରେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଦେଶର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଛି ।
ମଙ୍ଗଳବାର ପ୍ରକାଶିତ ଏହି ରାଙ୍କିଙ୍ଗରେ ୧୯୯୬-୯୭ ମସିହାରେ ପ୍ରତିଷ୍ଠିତ ଆଇଟିଇଆର୍ ଓଡ଼ିଶା ତଥା ପୂର୍ବାଂଚଳରେ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ପ୍ରଥମ ସ୍ଥାନରେ ରହିଛି ।
ଦେଶର ୧୨୫ଟି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ତାଲିକାରେ ମଧ୍ୟ ଆଇଟିଇଆର୍ ଏହି ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଗବେଷଣା କ୍ଷେତ୍ରରେ ଦେଶରେ ଚତୁର୍ଥ ଏବଂ ପୂର୍ବାଂଚଳରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । ଦେଶର ୧୭୦ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନକୁ ନେଇ ଏହି ସର୍ଭେ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post