ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରେ ମହାଆଡ଼ମ୍ବରରେ ଘୋଷଯାତ୍ରା ଅନୁଷ୍ଠିତ

0

 ଜିଗ୍ନୀପୁର ବଳଦେବଜୀଉ ଙ୍କୁ ଦର୍ଶନ କରିବା ସହିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସେହିପରି ଭାବେ ନିଶ୍ଚିନ୍ତକୋଇଲି ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠ ରେ ଶାନ୍ତି ଶୃଙ୍ଖଳା ସହିତ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ଯାତ୍ରା ପ୍ରଶାସନିକ ସହଯୋଗ ଓ ବହୁ ଭକ୍ତ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଯାଇଛି l ସକାଳ ଧୂପ ସରିବାପରେ, ମଧ୍ୟାନ ଧୂପ ଓ ପହଣ୍ଡି ପୂର୍ବରୁ ଦିଅଁମାନଙ୍କର ଶେଷ ଭୋଗ ଭାବେ ପରିଚିତ ଖିରି -ଖେଚୁଡ଼ି ଭୋଗ ଲାଗି କରାଯାଇ ଠାକୁର ମାନଙ୍କର ସେନାପଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମସ୍ତ ପୂଜାପଣ୍ଡା ସେବାୟତ ଓ ପହଣ୍ଡିଆ ସେବାୟତ ମାନଙ୍କଦ୍ୱାରା ମହାପ୍ରଭୁ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ଙ୍କ ପହଣ୍ଡି କାର୍ଯ୍ୟ ଯଥା ସମୟ ମଧ୍ୟରେ ଅନୁଷ୍ଠିତ ହୋଇ ରଥ ଉପରେ ସମସ୍ତ ପାରମ୍ପରିକ କାର୍ଯ୍ୟ ସରିବା ପରେ, ଠାକୁର ରାଜା ବନବିହାରୀ ମିଶ୍ର ଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ବଳଦେବଜୀଉଙ୍କ ମୁଖ୍ୟ ଟ୍ରଷ୍ଟି ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ବେହେରା, ସହକାରୀ ଟ୍ରଷ୍ଟି ରାଜେନ୍ଦ୍ର ମୋହନ କର, ଅଜୟ କୁମାର ନନ୍ଦ ଓ ଜ୍ୟୋତିରଞ୍ଜନ ସ୍ୱାଇଁ ଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଶୃଙ୍ଖଳାର ସହିତ ସରିବାପରେ ରଥ ର ଡାହୁକ ଓ ମୁଖ୍ୟ ମହାରାଣୀ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଗ୍ରହଣ କରିବାପରେ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ପ୍ରାୟ କୋଡ଼ିଏ ହଜାରୁ ଉର୍ଦ୍ଧ ଭକ୍ତ ଉପସ୍ତିତି ରହି ହରିବୋଲ ହୁଳହୁଳି ଧ୍ୱନିରେ ବ୍ରହ୍ମକ୍ଷେତ୍ର ସତେ ଯେପରି ପାଲଟି ଯାଇଥିଲା ଭାବର ସହର l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ମହାପ୍ରଭୁ ଙ୍କ କୃପା ଲାଭ କରିବା ସହ ସମଗ୍ର ସମାଜ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ l ବିଧାୟକ ଶ୍ରୀ ଜେନା ଙ୍କ
ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜିଗ୍ନୀପୁର ସରପଞ୍ଚ ତିଳୋତମା ରାଉତ, ପୂର୍ବତନ ବ୍ଲକ ଅଧକ୍ଷା ସବିତା ଓଝା, ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତ, ଯୁବ ବିଜେଡି ସଭାପତି ଜ୍ଞାନରଞ୍ଜନ ରାଉତ, ଛାତ୍ର ବିଜେଡି ସଭାପତି ସୁଶାନ୍ତ ନାୟକ, ରଞ୍ଜନ ଦାସ, ଅଭୟ କୁମାର ସାହୁ, ପ୍ରମୋଦ ସ୍ୱାଇଁ, ପ୍ରଦୀପ୍ତ କୁମାର ଦାସ, ଆଲୋକ ଦାସ,ମନୋଜ ଘଡ଼େଇ, ନିତ୍ୟାନନ୍ଦ ସ୍ୱାଇଁ, ମିହିର ରଞ୍ଜନ ମହାପାତ୍ର, ସୁବାଶିଷ ବେହେରା,ମୁଖ୍ୟ ମହାରାଣୀ ଧ୍ରୁବଚରଣ ମହାରଣା ଙ୍କ ସମେତ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ରହି ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହିତ ବିଶ୍ୱର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ବହୁ ପଞ୍ଚାୟତ ବାସୀ ଯୋଗଦାନ କରି ପୂର୍ଣ୍ଣ ସହଯୋଗ କରିଥିଲେ l

Leave A Reply

Your email address will not be published.