ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ରୁ ଜଗନ୍ନାଥ ମହାପ୍ରଭୁ ଙ୍କର ରଥଯାତ୍ରା

0

ଦୀର୍ଘ ସାଢ଼େ ଚାରି କିଲୋମିଟର ର ର ଯାତ୍ରା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ରେ ପହଞ୍ଚିଲେ ମହାପ୍ରଭୁ

ବରଗଡ : ପବିତ୍ର ଗୁଣ୍ଡିଚା ଯାତ୍ରା କିନ୍ତୁ ସକାଳୁ ପ୍ରବଳ ଖରା । ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ବେ ମହାପ୍ରଭୁ ନୃସିଂହନାଥ ଙ୍କର ମନ୍ଦିର ରୁ ପ୍ରାୟ ସାଢ଼େ ୪ କିମି ରାସ୍ତାରେ ତିନି ଠାକୁରଙ୍କୁ ରଥରେ ବସାଇ ଟାଣି ଟାଣି ସଂନ୍ଧ୍ୟାରେ ପାଇକମାଳ ସ୍ଥିତ ମାଉସି ମା ମନ୍ଦିର କୁ ଆଣିଥିଲେ ଭକ୍ତ । ମହାପ୍ରଭୁ ଜଗନ୍ନାଥ ରଥରେ ବିରାଜମାନ ହେବା ପରେ ମଧ୍ୟ ପ୍ରବଳ ଖରା ହେଉଥିଲା । ରାସ୍ତାଘାଟ ତାତି ପୁରା ଗରମ । କିନ୍ତୁ ମହାପ୍ରଭୁ ଙ୍କର ରଥ କିଛି ବାଟ ଅତିକ୍ରମ କରିବା ପରେ ପାଗ ମେଘୁଆ ହୋଇ ସବୁ ଆଡେ ଛାଇ ହୋଇ ପଡ଼ିଥିଲା । ଯାହା ଫଳରେ ଗ୍ରୀଷ୍ମପ୍ରବାହ ରୁ ଲୋକଙ୍କୁ କିଛିଟା ଆରାମ ମିଳିଥିଲା ।
ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମଦିର ପାରିସର ରୁ ଅପରାହ୍ନ ୩ଟାରେ ବଡ଼ ଠାକୁର ଙ୍କର ରଥ ବାହାରି ମଝିରେ ଦୁର୍ଗାପାଲି , ଦଣ୍ଡପାଟ ଓ ଜର୍ଜଗଡ଼, ନରସିଂହପଡା ଆଦି ଗ୍ରାମ ମାନଙ୍କ ରାସ୍ତା କଡ ମାନଙ୍କରେ ଭକ୍ତ ମାନଙ୍କୁ ଦର୍ଶନ ଦେଇ ମହାପ୍ରଭୁ ପାଇକମାଲ ସ୍ଥିତ ମାଉସୀ ମନ୍ଦିର ସଂନ୍ଧ୍ୟା ୭ଟା ୩୦ ମିନିଟ ରେ ବିଜେ ହୋଇଛନ୍ତି । ରାସ୍ତାର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତରଫରୁ ମଧୁର ପାନିୟ ଜଳର ବ୍ୟବସ୍ଥା କରାଯାଇଥିଲା । ରଥଯାତ୍ରା ପାଇଁ ଆଜି ମହାପ୍ରଭୁଙ୍କ ମନ୍ଦିରରେ ସମସ୍ତ ପ୍ରକାର ନୀତିକାନ୍ତି ସମୟ ମୁତାବକ ସେବାୟତ ତଥା ଭକ୍ତଙ୍କର ଦ୍ୱାରା ସମ୍ପାଦନ କରା ଯାଇଥିଲା । ଏହାପରେ ମହାପ୍ରଭୁ ପହଣ୍ଡିରେ ଆସି ରଥାରୂଢ କରାଯାଇଥିଲେ । ମନ୍ଦିର ଟ୍ରଷ୍ଟ ବୋର୍ଡର ମଧ୍ୟବର୍ତୀ କାଳୀନ ଟ୍ରଷ୍ଟି ତଥା ପାଇକମାଳ ବି ଡ଼ି ଓ ସୁରେନ୍ଦ୍ର ସାହୁ ରଥରେ ଛେରାପହଁରା କରିଥଲେ । ଏହାପରେ ଚାରିଗୋଟି ସଂକୀର୍ତ୍ତନ ମଣ୍ଡଳୀ ସହିତ ଭକ୍ତଙ୍କର ସମାବେଶ ରେ ରଥ ଟଣା ଆରମ୍ଭ ହୋଇଥିଲା । ଭକ୍ତ ଙ୍କର ପ୍ରବଳ ଭିଡକୁ ଦୃଷ୍ଟି ରେ ରଖି ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ୫ଟି ଟ୍ରାକ୍ଟର ଯୋଗେଁ ରାସ୍ତାରେ ପାଣି ଢଳାଯାଇ ଅଣାଯିବା ସହ ଅନେକ ପ୍ରକାର ସୁବ୍ୟବସ୍ଥା କରାଯାଇଥବା ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.