ଏକ ନିଆଁରା ଢଙ୍ଗରେ ରଜ ପର୍ବ ପାଳନ କୁପାଖାଲ ଗ୍ରାମ

0

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଏକ ପାହାଡିଆ ଓ ଉପାନ୍ତ ଅଞ୍ଚଳ ବୋଲି ସମଗ୍ର ରାଜ୍ୟରେ ପରିଚିତ । କିଛି ବର୍ଷ ହେଲା କାଶୀପୁର ବ୍ଲକ ରେ ରଜ ସଂକ୍ରାନ୍ତି ପର୍ବ ବ୍ଲକ ର ବିଭିନ୍ନ ଅଞ୍ଚଳରେ ସୁରୁଖୁରୁ ଭାବେ ପାଳନ କରିବାର ଦେଖିବାକୁ ମିଳିଥିଲା।

ଚଳିତ ବର୍ଷ କିନ୍ତୁ ଏହି ରଜ ପର୍ବ ବିଶେଷ ଭାବେ ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ଅତି ଆଡମ୍ବରରେ ପାଳନ ହେଉଥିବାର ଦେଖିବାକୁ ମିଳିଛି।
ଏହିଭଳି ବାବେ କାଶୀପୁର ବ୍ଲକ ଅନ୍ତର୍ଗତ ମଇକଞ୍ଚ GP ର ପାଇକ କୁପାଖାଲ ଗ୍ରାମରେ ପ୍ରାୟ ତେର ବର୍ଷ ଧରି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ରଜ ପର୍ବ ଉପଲକ୍ଷେ ଏକ ନିଆରା ଢଙ୍ଗରେ ଆଗ୍ରହର ସହିତ ପାଳନ କରାଯାଉଛି । ଏହି ଅବସରରେ ଚଳିତ ମାସ ତା ୧୪/୧୫/୧୬ ତିନିଦିନ ଧରି ଗ୍ରାମର ଯୁବକ ଯୁବତୀ, କୁନି କୁନି ଶିଶୁ କଳାକାର ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଢେମଶା ନାଚ ଗୀତ, କଳା କୌଶଳର ପରିବେଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ନିଆରା ଅତିଥି ସଷ୍କାର ଦେଖିବାକୁ ମିଳିଥିଲା ଯାହାକି’ ପାରମ୍ପରିକ ବାଦ୍ୟ ନୃତ୍ୟର ପରିବେଷଣ କରି ଫୁଲ ଚାଉଳ ଓ ପାଣି ଟୀକା କରି ପୁଷ୍ପ ମାଲ୍ୟ ଉପଢକନ ଅର୍ପଣ କରିବା ସହ ଗାଁ ଭିତରକୁ ତଥା ମଞ୍ଚକୁ ପାଛଟି ନିଆ ଯାଉଥିଲା । ରାୟଗଡା ଓ କାଶୀପୁର ବ୍ଲକ ଓଡିଶା ଡ୍ରାଇବର ମହାସଂଘ କୁ ତା ସହ କାଶୀପୁର ବ୍ଲକ ଅଦକ୍ଷ୍ୟ କୁ ରଜ ପର୍ବ ଉପଲକ୍ଷେ ଆମନ୍ତ୍ରଣ କରି ସମ୍ମାନିତ କରାଯାଇଥିଲା, ଏବଂ କାଶୀପୁର ବ୍ଲକ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଅତିଥିଭାବେ ନିମନ୍ତ୍ରଣ କରି ସଂମାନିତ କରାଯାଇଥିଲା ।

ଗ୍ରାମ ର ଯୁବ ଗୋଷ୍ଠୀ ଏବଂ ରଜ କମିଟି ରଜ ଉତ୍ସାବ ର ସମ୍ପୂର୍ଣ୍ଣ ଆୟୋଜନର ଦାୟିତ୍ବ ବହନ କରିଥିଲେ ଏବଂ ଶ୍ରୀ ଗୁଣନିଧି ବାଗ ତିନି ଦିନ ଧରି ରଜ ଉତ୍ସବ ର ପରିଚାଳନା କରିଥିଲେ । ପୂର୍ବତନ ମାଇକଞ୍ଚ ସମିତି ସଭ୍ୟ ଶଙ୍କର ନାଏକ, ୱାର୍ଡ ସଭ୍ୟ ରମେଶ ନାଏକ, ରତନ ମାଝୀ ମକ୍ରିୟା ନାଏକ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.