ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜଙ୍କ ଉପରେ ବିଜୁ ଜନତା ଦଳ ନ୍ୟସ୍ତ କରିଛି ଆଉ ଏକ ଗୁରୁ ଦାୟିତ୍ୱ | ଶ୍ରୀ ମଙ୍ଗରାଜଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ | ଶ୍ରୀ ମଙ୍ଗରାଜଙ୍କ ବ୍ୟତୀତ ଆଉ ୫ ଜଣଙ୍କୁ ପର୍ଯ୍ୟବେକ୍ଷକ ଏବଂ ସହ ପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ନିର୍ବାଚନ କ୍ଷେତ୍ର ପାଇଁ ନିଯୁକ୍ତି ଦେଇଛନ୍ତି ।
ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ଶ୍ରୀମତୀ ଶ୍ରୀମୟୀ ମିଶ୍ରଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ବେଳେ ଢ଼େଙ୍କାନାଳ ଏବଂ ହିନ୍ଦୋଳ ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ସୁଶାନ୍ତ ରାଉତ, କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଅଶୋକ ବଳ ଏବଂ ପରଜଙ୍ଗ ଓ କାମାକ୍ଷନଗର ବିଧାନସଭା କ୍ଷେତ୍ର ପାଇଁ ଆଶିଷ ଚକ୍ରବର୍ତ୍ତୀଙ୍କୁ ପର୍ଯ୍ୟବେକ୍ଷକ କରାଯାଇଛି । ଅନୁଗୁଳ ଜିଲ୍ଲାର ସହ ପର୍ଯ୍ୟବେକ୍ଷକ ଭାବେ କୁନବିହାରୀ ଦାସ ନିଯୁକ୍ତି ପାଇଛନ୍ତି ବୋଲି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.