ନିଷ୍ଠା ପରିବାର ର ୧୪ତମ ପ୍ରତିଷ୍ଠା ଉତ୍ସବ: ୧୧୪ୟୁନିଟ ରକ୍ତ ସଂଗୃହୀତ

0 1

ବରଗଡ :- ବରଗଡ ଜିଲ୍ଲା ,ବରଗଡ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାପ ର ଆନ୍ଧ୍ର କେମ୍ଫ ସ୍ଥିତ ନିଷ୍ଠା ଭବନ ଠାରେ ବରଗଡ଼ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ୧୪ତମ ପ୍ରତିଷ୍ଠା ଦିବସ ତଥା ବିଶ୍ଵ ରକ୍ତ ଦାତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ ରାଜ୍ୟ ଯୋଜନା ବୋର୍ଡ଼ ର ସଦସ୍ୟ ଶ୍ରୀ ସାଧୁ ନେପାକ, ପୁର୍ବତନ ସାଂସଦ ପ୍ରଭାସ ସିଂ ବରଗଡ଼ ମହିଳା ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ହୋତା ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ବିଶିଷ୍ଟ ଶିକ୍ଷାବିତ ସମରେନ୍ଦ୍ର ପଣ୍ଡା ଙ୍କ ଦ୍ଵାରା ପ୍ରସ୍ତୁତ “ଦ ଜର୍ଣି ଅଫ୍ ନିଷ୍ଠା”  ପୁସ୍ତକ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ବଲାଙ୍ଗୀର ର ସ୍ଵାଭିମାନ ପରିବାର ଓ ବିଂଗ ହ୍ୟୁମାନ ଫାଉଣ୍ଡେସନ,ମଞ୍ଚ ଅଭିନେତା ଶ୍ରୀ ଭୁବନ ଭୋଇ ଙ୍କୁ ନାଟ୍ୟ ମହାରଥୀ, ରଣଜୀ କ୍ରିକେଟ ଖେଳାଳୀ ଶ୍ରୀ ପ୍ରବୀଣ ଲୁହା ଆର୍ଟ ଅଫ ଲିଭିଙ୍ଗ , ବରଗଡ଼ ଏବଂ ବିଶିଷ୍ଟ ଶିକ୍ଷାବିତ ଡଃ ଅମରେନ୍ଦ୍ର ନାଥ ପଣ୍ଡା ଙ୍କ ପରି ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।BSKY ଗରିବ ରୋଗୀ ମାନେ  ପ୍ରାଇଭେଟ ଡାକ୍ତର ଖାନା ରୁ ରକ୍ତ ନେଲେ ଦେୟ ଦେବାକୁ ପଡ଼ୁଛି ସେହି ଦେୟ କୁ ସମ୍ପୂର୍ଣ ଛାଡ ଓ ମାଲିପାଲି ମାଇନର ଛକ କୁ ବୀର ସୁରେନ୍ଦ୍ର ଛକ ନାମ ରେ ନାମିତ କରି ସୁରେନ୍ଦ୍ର ସାଏ ଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଦୁଇଟି ଦାବି ପତ୍ର ମାନ୍ୟବର ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କୁ ଦିଆଯାଇଥିଲା। ଏହି ଅବସରରେ ସ୍ବର୍ଗତ ଆଶିଷ ଭୋଇ ଙ୍କ ସ୍ମୃତି ରେ ଆୟୋଜିତ ରକ୍ତ ଦାନ ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ବାରା ୪୬ୟୁନିଟ୍ ରକ୍ତ ଓ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ୬୮ୟୁନିଟ୍ ରକ୍ତ , ସର୍ବମୋଟ ୧୧୪ୟୁନିଟ୍ ରକ୍ତ ସଂଗୃହିତ ହୋଇଥଲା। କାର୍ଯ୍ୟକ୍ରମ ର ଶେଷ ରେ କେଶ ରଞ୍ଜନ ପଧାନ ଙ୍କ ପଦ୍ମପୁର ର “ଲୁ” ନାଟ୍ୟ ଅନୁଷ୍ଠାନ ତରଫ ରୁ ନାଟକ “ଗାନ୍ଧୀ ଛକ୍” ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ନିଷ୍ଠା ର ସଭାପତି ରକ୍ଷପାଳ ସାହୁ ସଭାପତିତ୍ବ କରିଥିବା ବେଳେ ମଦନ ମୋହନ ଦାଶ ମଞ୍ଚ ପରିଚାଳନା, ସମ୍ପାଦକ ଲୋକନାଥ ସାହୁ ବାର୍ଷିକ ବିବରଣୀ ପାଠ ଓ ସଚୀ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ନିଷ୍ଠା ର ଉପଦେଷ୍ଠା ଅଶ୍ୱିନୀ ତ୍ରିପାଠୀ, ଦୁର୍ବାଦଲ ଷଡ଼ଙ୍ଗୀ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଜିତୁ ମହାପାତ୍ର, ଉପ ସଭାପତି ଆଶିଷ କର, କ୍ଷୀରୋଦ୍ର ସାହୁ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଜୟନ୍ତ ପ୍ରଧାନ, ଚିତ୍ର ପ୍ରଧାନ, ବିଦ୍ୟାଧର ଭୋଇ, ମହିଳା ଶାଖା ର ସଂଯୋଜିକ ତ୍ରିପୁରା ସୁହୁଳା ଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ ।

Leave A Reply

Your email address will not be published.