ରାଉରକେଲା,(ବସନ୍ତ କୁମାର ଜେନା): ‘ବିଶ୍ଵ ରକ୍ତଦତା ଦିବଶ’ ଉପଲକ୍ଷେ ରାଉରକେଲା ସରକାରୀ ଡାକ୍ତରଖାନା ଠାରେ ମାରୱାରୀ ଯୁବ ମଞ୍ଚ ଜାଗ୍ରୀତି ସ।ଖା,ରାଉରକେଲା ତରଫରୁ,ବିଜୁ ମହିଳା ଜନତା ଦଳ ଏବଂ ଅଖିଲ ଭରତ ମାରୱାରୀ ମହିଳା ମଞ୍ଚ,ରାଉରକେଲା ମିଳିତ ପ୍ରୟାଶରେ,ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି । ଉକ୍ତ ମୋହାନ କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ରାଉରକେଲାର ଜନପ୍ରିୟ ବିଧାୟକ ତଥା ଓଡିଶା ର ମାନ୍ୟବର ଶ୍ରମମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଯୋଗ ଦେଇ ଆଜିର ପବିତ୍ର ବିଶ୍ଵ ରକ୍ତଦାତା ଦିବଶରେ,ରାଉରକେଲରେ ଅତ୍ୟଧିକ ରୁଦ୍ରତାପ ଯୋଗୁ ରକ୍ତ ଅଭାବକୁ ଦୂର କରିବାପାଇଁ,ତଥା ଓଡିଶାର ପବିତ୍ର ରଜ ପରବ ଆରମ୍ବ ଦିନରେ, ବିଶେଷ ଭାବେ ମହିଳା ଓ ଯୁବକ ମାନେ ରକ୍ତ ଦାନ କରିଥିବାରୁ,ଆୟୋଜକ ମାରୱାରୀ ଯୁବ ମଞ୍ଚର କ।ର୍ଜ୍ୟକର୍ତା ମାନଙ୍କୁ ହୃଦୟରୁ ସାଧୁବାଦ ଜଣାଇଥିଲେ । ଏହାସହିତ ସମସ୍ତ ରକ୍ତଦତା ମାନଙ୍କୁ ଉଛ।ହିତ କରିଥିଲେ । ବିଜୁ ମହିଳା ସଭାନେତ୍ରୀ ଯୋଷ୍ଣା ନାୟକ,ମାରୱାରୀ ଯୁବ ମଞ୍ଚର ସଭାପତି ବର୍ଖା ଜୈନ,ସମ୍ପାଦକ ଅନାମିକା ମିତଲ ଏବଂ ଜୀବନ ବିନ୍ଦୁ କୋଡିନେଟର ବିକାଶ ଶୁକ୍ଲାଙ୍କ ପ୍ରତେକ୍ଷ ତତ୍ବାବଧାନରେ ଡାକ୍ତର ପଣ୍ଡିତ ସାହୁ,ଡାକ୍ତର ମୀରା ଶାସମଲଙ୍କ ସହଯୋଗରେ ୮୧ ୟୁନିଟ ରକ୍ତ ସଗ୍ରହ କରଯାଇଥିଲା । ଅନ୍ୟତମ ସଂମ।ନୀୟ ଅତିଥି ଭାବେ ଡାକ୍ତର ଖାନାର ଡାଇରେକ୍ଟର ଡାକ୍ତର ସନ୍ତୋଷ କୁମାର ସ୍ଵାଇଁ, ସୁପରିଟେଣ୍ଡେଣ୍ଟ ଡା ଜଗଦୀଶ ଚନ୍ଦ୍ର ବାରିକ,ଡା ପ୍ରଶାନ୍ତ କୁମାର ଦାସ,ଡା ପୂଜା ପତି,ମ୍ୟାନେଜର ମୋହିତ କୁମାର ଶ୍ରୀବସ୍ତବ,ରକ୍ତ ଭଣ୍ଡାରର ଟେକନିକସିଆନ ଲୋକନାଥ ସାହୁ,ତୃପ୍ତି ବେହେରା ପ୍ରମୁଖ ସହଯୋଗ କରିଥିଲେ । ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଏମା ଏକ୍କା,ବୀରମିତ୍ରା ପୁର ମୁନିଷ୍ପାଲ୍ଟି ର ଅଧକ୍ଷ ସଂଜୀବ ମିଶ୍ର,ରାଉରକେଲା ଚେମ୍ବର ଅଫ କମର୍ଶ ର ଅଧକ୍ଷ ସୁନୀଲ କାୟଲ,ପୂର୍ବତନ ଅଧକ୍ଷ ପର୍ବିନ ଗର୍ଗ, ଜୋନ କର୍ଜ୍ୟକାରୀ ସଭାନେତ୍ରୀ ସନ୍ଧ୍ୟା ଲକ୍ରା,ନଗର ସଭାପତି ଗଗନ ପଣ୍ଡା, ଜିଲାମୁଖପାତ୍ର ଜୟନ୍ତ କୁମାର ମିଶ୍ର,କାନ୍ଦୁରା ମହାନ୍ତି, ପପୁ ଜୟସ୍ଵଳ,ସୁଧାଂଶୁ ସାମଲ,ଗୁଡୁ ଶୋନାର,ଭରତ ଦାସ,ବିରଞ୍ଚି ସାମଲ,ପ୍ରିୟଙ୍କା ପ୍ରଧାନ,ସଂଗୀତା ମିଶ୍ର,ଲକ୍ଷ୍ମୀ ସିଂହ, ସମସେର,ରେସମା ହାଲ୍ୱାଇ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.