ବିଶାଳ ଜନସମାଗମ ମଧ୍ୟରେ ବରପଡା ଠାରେ ବିଜୁ ପଟ୍ଟନାୟକ ପାର୍କ ଉଦ୍ଘାଟନ କଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l

0 2

https://youtu.be/khQX-rNFo9c 

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗ୍ରାମ ପଞ୍ଚାୟତ ବରପଡା ଲୁଣା ଚିତ୍ରୋତୋଳା ପାର୍ଶ୍ଵ ରେ ବିଜୁ ପଟ୍ଟନାୟକ ପାର୍କ ଉଦଘାଟିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି 50 ଲକ୍ଷରୁ ଉର୍ଧ୍ଵ ଅଟକଳ ମୂଲ୍ୟ ରେ ନିର୍ମିତ ହୋଇଥିବା ପ୍ରକଳ୍ପ କୁ ଉଦ୍ଘାଟନ କରିବା ସହିତ ଏହି ପାର୍କ ସ୍ଥାନୀୟ ଆଖପାଖ ଅଞ୍ଚଳରେ ଏକ ଉନ୍ନତମାନର ପାର୍କ ଯେଉଁ ପାର୍କ ରେ ସବୁପ୍ରକାର ସୁବିଧା ଉପଲବ୍ଧ ରହିଛି ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l

ବିଧାୟକ ଙ୍କ ସହ ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ତଥା ବୁହାଳ ସରପଞ୍ଚ ରମାକାନ୍ତ ମହାନ୍ତି, ଜିଲ୍ଲା ପରିଷଦ ଜସ୍ମିତା ସେଠୀ, ପୂର୍ବତନ ବ୍ଲକ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, କଟକ ଜିଲ୍ଲା ଯୁବ ବିଜେଡି ଉପସଭାପତି ବିନୋଦ ସାମଲ, ଯୁବନେତା ପ୍ରମୋଦ କୁମାର ସ୍ୱାଇଁ, ଜ୍ଞାନରଞ୍ଜନ ରାଉତ, ଆଶିଷ କୁମାର ସାହୁ ଙ୍କ ସମେତ ସରପଞ୍ଚ, ସମିତିସଭ୍ୟ, ବହୁ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ହଜାର ହଜାର  ଜନସାଧାରଣ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସହଯୋଗ କରିଥିଲେ l

Leave A Reply

Your email address will not be published.