ଯୁବା ମଞ୍ଚ ତରଫରୁ ମେଗା ରକ୍ତଦାନ ଶିବିର

0 2

https://youtu.be/sXqNHO1eCZ8

ବରଗଡ

“ବକତ ବେଳ କେ ରକତ ଦିଏ
ନାଇ ଥାଇ କରି ନାତା,
ମହାପୁରୁ ଠାନୁ ବି ସେ ମହାନ ଆଏ
ତାହାକେ ବଲମା ଦାତା”

ପ୍ରଶ୍ଚିମ ଓଡ଼ିଶାର ସୁନାମଧନ୍ୟ ବିପ୍ଲବୀ କବି ଶ୍ରୀ ନୀତିଶ ଆଚାର୍ଯ୍ୟ ଙ୍କର ଲେଖନିରୁ ବାହାରିଥିବା ଏହି ପଦେ ଲେଖା ରକ୍ତଦାତା ମାନଙ୍କୁ ଭଗବାନ ଙ୍କର ସ୍ଥାନ ଦେଇଛି । ବାସ୍ତବରେ ଯେଉଁ ମାନେ ବିନା କୋଣସି ସ୍ୱାର୍ଥ ଥାଇ ରକ୍ତଦାନ କରି ଜଣେ ଲୋକର ବହୁମୂଲ୍ୟ ଜୀବନ ବଞ୍ଚାଇବାର ପ୍ରୟାସ କରିଥାନ୍ତି ସେହି ରକ୍ତଦାତା ମାନେ ନିଶ୍ଚିତ ଭାବରେ ମହାନ ଓ ଦେବତା ସଦୃଶ୍ୟ ଅଟନ୍ତି ।
ରାଜ୍ୟରେ ବର୍ତ୍ତମାନ ରକ୍ତଦାନ ପ୍ରତି ଲୋକେ ଅନେକ ମାତ୍ରାରେ ସଚେତନ ଅଛନ୍ତି । ଅନେକ ବ୍ୟକ୍ତି , ସ୍ବେଚ୍ଛାସେବୀ ସଂସ୍ଥା , ଓ ସରକାର ରକ୍ତଦାନ କରିବା ପାଇଁ ଲୋକଙ୍କୁ ସଚେତନ କରାଇବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ରାକ୍ତଦାନ ବାବଦରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ହେଉ କି ବିଭିନ୍ନ ସ୍ଥାନରେ ଲୋକଙ୍କୁ ଉତ୍ସାହିତ କରି ରକ୍ତଦାନ ଶିବିରର ଆୟୋଜନ କରିବା ହେଉ ସବୁ କ୍ଷେତ୍ରରେ ସ୍ବେଚ୍ଛାସେବୀ ସଂସ୍ଥା ଓ ସଂଗଠନ ମାନଙ୍କ ଭୂମିକା ସର୍ବଦା ପ୍ରଶଂସନୀୟ । ସେହିଭଳି ଏକ ସଂଗଠନ ହେଉଛି ମାରବାଡ଼ି ଯୁବା ମଞ୍ଚ । ସମାଜ ସେବା କ୍ଷେତ୍ରରେ ଯୁବା ମଞ୍ଚ ର ଅନେକ ସୁନାମ ରହିଥିବା ବେଳେ ବିଭିନ୍ନ ସମୟରେ ରକ୍ତଦାନ ଶିବିର ର ଆୟୋଜନ କରି ପ୍ରଶଂସିତ ହୋଇଥାନ୍ତି ଯୁବା ମଞ୍ଚର ସଦସ୍ୟ ମାନେ । ଆସନ୍ତା 18 ତାରିଖ ଯୁବା ମଞ୍ଚର ପାଇକମାଲ ଶାଖା ତରଫରୁ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିବାର ନିଶ୍ଚିତ ହୋଇଛି । ଯୁବା ମଞ୍ଚ ର ସଭାପତି ଆୟୁଷ ଅଗ୍ରୱାଲ ଙ୍କର କହିବା ମୁତାବକ ଏହି ଶିବିର କୁ ପାଇକମାଲ ଓ ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଯୁବ ସମାଜ ରକ୍ତଦାନ କରିବା ପାଇଁ ଆସିବେ । ଏହା ସହିତ ନିଜର ବାର୍ତ୍ତା ରେ ଆୟୁଷ ବହୁ ସଂଖ୍ୟାରେ ଏହି ମହାନ କାର୍ଯରେ ଲୋକଙ୍କୁ ସାମିଲ ହୋଇ ରକ୍ତଦାନ କରିବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.