ପଦ୍ମପୁରରେ ବିଶ୍ଵ ରକ୍ତଦାତା ଦିବସ ପାଳିତ : ସମ୍ମାନିତ ହେଲେ ୩୦ ସ୍ଵେଚ୍ଛାକୃତ ରକ୍ତଦାତା

0 2

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :ବିଶ୍ବ ରକ୍ତ ଦାତା ଦିବସ ଉପଲକ୍ଷେ ପଦ୍ମପୁର ରକ୍ତଭଣ୍ଡାର ତରଫରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା ।ଏହି ସଭାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ସରୋଜ କୁମାର ସେଠ, ଡା. ଗୀତାପିୟୁଷ ସିନ୍ଧୁ ମିଶ୍ର, ଡା. ଯଦୁମଣି ସାହୁ ଅତିଥି ଭାବରେ ଯୋଗଦେଇ ରକ୍ତଦାନର ମହତ୍ତ୍ବ ଓ ରକ୍ତଦାଦା ଲାଣ୍ଡରଷ୍ଟ୍ରରଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ ।ନାଗରିକ କମିଟି ତରଫରୁ ଅଜିତ ଶତପଥୀ ରକ୍ତ ଭଣ୍ଡାରର ପ୍ରତିଷ୍ଠା ଏବଂ ଆରମ୍ଭ ବିଷୟରେ ମତ ରଖିଥିଲେ ।ଏହା ସହ ସମୟ ସମୟରେ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରି ଅସହାୟ ରୋଗୀମାନଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇ ଆସୁଥ‌ିବା ରକ୍ତ ଦାତା ରକ୍ତଦାତା ଜଗଦୀଶ ହାତୀ,ତାପସ ନାୟକ,ମାନସ ମହାନ୍ତି, ଶିବାଶିଷ ପଟ୍ଟନାୟକ, ବିଜୟ ବହିଦାର, ଅଜିତ ଶତପଥୀ, ଲିଙ୍ଗରାଜ ସାହୁ, ଗଣେଶ ପଧାନ, ଲବଣୀ ସାହୁ, ରାଜେନ୍ଦ୍ର ସାହୁ, ତୋସିକ ପରମାର, ସୋମେଶ ମହାନ୍ତି, ଜୟ ପ୍ରକାଶ ଅଗ୍ରୱାଲ, ନରେଶ ସାହୁ, କିଷାନ ହଂସ, ରାଜୁ ପଟ୍ଟନାୟକ, ଗୋପାଳ ବେହେରା, ପୁରୁଷୋତ୍ତମ ବରିହା, ବିବେକ ପଟେଲ, ଆଲୋକ ବରିହା, ଚିନ୍ମୟ ପଣ୍ଡା, ହିମାଂଶୁ ବଗର୍ତ୍ତୀ, ଗୋକୁଳ ମେହେର, ରିପନ ବିଶ୍ଵାଳ ଚିନ୍ତାମଣି ପଣ୍ଡା, ଅଜିତ ସାହୁ, ଦେବାଶିସ ପଧାନ, ଆଶିଷ ସାହୁ, ଶୁଭମ ସାହୁଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା । ସେହିପରି ଚିକିତ୍ସାଳୟର ଜି.ପି.ଓ. ଦିବ୍ୟ କୁମାର ମେହେର ସଭା ପରିଚାଳନା କରିଥିଲେ । ସଂଗ୍ରାମ କେଶରୀ ମହନ୍ତି, ସୁମିତ ସୁମନ୍ତ ସିହ୍ନା, ହିତେଶ ସାହୁ, ଶ୍ୟାମ ସୁନ୍ଦର ସାହୁ, ଜିତେନ୍ଦ୍ର ଗୁର୍ଲା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରିଶେଷରେ ଦୀପକ ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.