ଆନ୍ତଃ ଏକାଡେମୀ ହକି ପ୍ରତିଯୋଗିତାର ସପ୍ତମ ଦିବସ

0

ସୁଶାନ୍ତ ବେହେରା/ରାଉରକେଲା : ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଥିବା ଆଷ୍ଟ୍ରୋ ଟର୍ଫ୍‌ ହକି ପଡ଼ିଆରେ ଆନ୍ତଃ ଏକାଡେମୀ ହକି ଲିଗ୍‌ ପ୍ରତିଯୋଗିତାର ସପ୍ତମ ଦିନରେ ଦୁଇଟି ଖେଳ ଅନୁଷ୍ଠିତ ହୋଇଯାଇଛି। ସପ୍ତମ ଦିବସର ପ୍ରଥମ ଖେଳ ସୁନ୍ଦରଗଡ଼ ସାଇ(Sports Authority of India) କ୍ରୀଡ଼ା ଛାତ୍ରାବାସ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ହୋଇଥିଲା। ଏଥିରେ ପ୍ରଥମରୁ ହିଁ ପ୍ରଭାବ ବିସ୍ତାର କରିଥିବା ପାନପୋଷ ଦଳ ୨-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ସପ୍ତମ ଦିନର ଦ୍ୱିତୀୟ ଖେଳରେ  ନୁଆଦିଲ୍ଲୀର ଜାତୀୟ ହକି ଏକାଡେମୀ ଦଳ ଭୋପାଳ ସ୍ଥିତ ହକି ଏକାଡେମୀକୁ  ୨-୧ ଗୋଲ୍‌ରେ ହରାଇ ବିଜୟୀ ହୋଇଥିଲା । ଜିଲ୍ଲା ପ୍ରଶାସନ ଓ ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗରେ ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ଖେଳର ଚତୁର୍ଥ  ଦିନରେ ଜାତୀୟ ହକି ଖେଳାଳି ବେଥଲିମା କେରକେଟ୍ଟା  ଅତିଥିଭାବେ ଉପସ୍ଥିତ ରହି ଖେଳାଳୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଦୁଇଟିଯାକ ଖେଳକୁ ଜାତୀୟ ହକି ଅମ୍ପାୟାର୍‌ ନିଶାନ ଜ୍ୟୋତି ମହାନ୍ତି, ରାଜନ ଏକ୍କା, ସୁମନ ଚୌଧୁରୀ, ପିଟର ସୋରେନ୍‌, ଆକାଶ ଏକ୍କା, ବିରାଜ ଟପ୍ନୋ, ଆକାଶ କୁଜୁର ଓ ରମନଦୀପ ଲାକ୍ରା ପରିଚାଳନା କରିଥିଲେ। ୨୮ ତାରିଖ ଦିନ ସେଲ୍‌ ହକି ଏକାଡେମୀ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ଏବଂ ସୁନ୍ଦରଗଡ଼ ସାଇ((Sports Authority of India) କ୍ରୀଡ଼ା ଛାତ୍ରାବାସ ଓ ନୁଆଦିଲ୍ଲୀର ଜାତୀୟ ହକି ଏକାଡେମୀ ମଧ୍ୟରେ ଅନୁଷ୍ଠିତ ଖେଳ ଅନୁଷ୍ଠିତ ହେବ। ଏହି ଖେଳ ପରିଚାଳନାରେ ପାନପୋଷ କ୍ରୀଡ଼ା ଛାତ୍ରାବାସର କେଶବ ଚନ୍ଦ୍ର ସ୍ୱାଇଁଙ୍କ ସହିତ ଅନ୍ୟମାନେ ସହଯୋଗ କରିଥିଲେ। ଏହା ସହିତ ପ୍ରତିଯୋଗିତା ପରିଚାଳନା କମିଟିର ଅଧ୍ୟକ୍ଷ ମିଲ୍‌ଟନ୍‌ ବିଲୁଙ୍ଗ ଓ ସଙ୍ଗଠନ ସମ୍ପାଦକ ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। 

Leave A Reply

Your email address will not be published.