କୃଷି ସଚିବ ଙ୍କ ଉମରକୋଟ ଗସ୍ତ।

0 2

ଉମରକୋଟ/ ଜିତେନ୍ଦ୍ର ମହାନ୍ତି : ନବରଙ୍ଗପୁର ଜିଲା ଉମରକୋଟ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏକ ଭବନ ର ଶୁଭ ଉଦଘାଟନ ଓ ବିଭାଗ ଦ୍ଵାରା ଆୟୋଜିତ କୃଷି ଓ କୃଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ.ଅରବିନ୍ଦ କୁମାର ପାଢ଼ୀ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲାପାଳ ଡଃ କମଳ ଲୋଚନ ମିଶ୍ର,ଜିଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅନ୍ୟା ଦାସ, ଓୟୁଏଟି ର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଡିନ୍ ପ୍ରଫେସର ପ୍ରସଂଜୀତ ମିଶ୍ର, ଗବେଷଣା ନିର୍ଦ୍ଦେଶାଳୟ ଡିନ୍ ପ୍ରଫେସର ସଂଗ୍ରାମ କେଶରୀ ସ୍ବାଇଁ, ଭାଇସ ଚାନସଲର ପ୍ରଫେସର ପ୍ରଭାତ କୁମାର ରାଉଳ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରମୁଖ ଶାସନ ସଚିବ ଶ୍ରୀ ପାଢ଼ୀ ଅଭିଭାଷଣ ରେ କହିଥିଲେ କୃଷି ଗବେଷଣା ଦ୍ଵାରା କୃଷକ ମାନଙ୍କ ଆୟ ବୃଦ୍ଧି ଓ ଦ୍ଵିଗୁଣିତ ପାଇଁ ସରକାର ପଦକ୍ଷେପ ନେଇଛନ୍ତି । କୃଷି କ୍ଷେତ୍ରରେ ଶ୍ରମ ଲାଘବ ନିମନ୍ତେ ବିଭିନ୍ନ ପ୍ରକାରର କୃଷି ଯନ୍ତ୍ରପାତି ରିହାତି ଦରରେ ଚାଷୀ ଙ୍କୁ ଯୋଗାଇ ଦିଆଯାଉଥିବା ପ୍ରକାଶ କରିଥିଲେ।ଉମରକୋଟ ଅଞ୍ଚଳରେ ପ୍ରଚୁର ପରିମାଣରେ ମକା ଉତ୍ପାଦନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମକା ମିଶନ୍ ଯୋଜନାରେ କିପରି ମକା ଚାଷୀ ଲାଭବାନ ହୋଇ ପାରିବେ ସେଦିଗରେ ବିଶେଷ ଧ୍ୟାନ ଦିଆଯାଉଥିବା ଓ ମକା ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି ବୋଲି ପ୍ରମୁଖ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ ସୂଚନା ପ୍ରଦାନ କରିଥିଲେ।ପରେ ଆଞ୍ଚଳିକ କୃଷକ ମେଳାରେ ଯୋଗ ଦେଇ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ଆୟୋଜିତ ମିଲେଟ ଟିଫିନ ସେଣ୍ଟର ଓ ମିଲେଟ ଶସ୍ୟ ବିକ୍ରି କେନ୍ଦ୍ର ଏବଂ ଚାଷ ଉପରଣର ପ୍ରଦର୍ଶନୀ ଷ୍ଟଲଗୁଡିକ ବୁଲି ଦେଖିଥିଲେ।

ପ୍ରଦର୍ଶନୀ ମେଳାରେ ଲାଗିଥିବା ମିଲେଟ ଫର୍ମର ପ୍ରଡ୍ୟୁସର କମ୍ପାନୀ ଷ୍ଟଲରୁ ମାଣ୍ଡିଆ ଓ ଡଙ୍ଗର ବିରି କିଣିଥିଲେ।ଉମରକୋଟ ଆସିବା ପୂର୍ବରୁ ଖୁଟୁଗୁଡା ଗ୍ରାମକୁ ଯାଇ ବିହନ ବୁଣା ଯନ୍ତ୍ର ବ୍ୟବହାର କରି ଚାଷ କରିବାକୁ ଚାଷୀଙ୍କୁ ଉତ୍ସାହିତ କରିଥିଲେ। ନବରଙ୍ଗପୁର ଜିଲାପାଳ ଡଃ କମଳ ଲୋଚନ ମିଶ୍ର ନିଜ ଅଭି ଭାଷଣରେ ନବରଙ୍ଗପୁର ଜିଲା ଏକ କୃଷି ପ୍ରଧାନ ଜିଲା ଓ ଏହି ଅଞ୍ଚଳରେ ବହୁ ଉନ୍ନତ ମାନର ମକା ଉତ୍ପାଦନ ହେଉଥିବା ଓ ଏହା ସମଗ୍ର ଏସିଆ ମହାଦେଶରେ ନା କରିଥିବା ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଡଃ ଗୋବିନ୍ଦ ଚନ୍ଦ୍ର ସାହୁ, ଡଃ ପରିତୋଷ ମୁର୍ମୁ, ରୁଦ୍ର ପ୍ରସଶ୍ନ ମହାଳିକ, ବୀଣାପାଣି ତରିଆ ଇଂ ଅମିତ୍ ଜ୍ୟୋତି ମାଝୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.