ବିଜୁ ଜନତା ଦଳ ପକ୍ଷରୁ ଦୀପ ପ୍ରଜ୍ଜ୍ଵଳନ

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ: ସ୍ଥାନୀୟ ଭେଁଉରିଆ ଛକ ଠାରେ ବିଜୁଜନତା ପକ୍ଷରୁ ବାଲେଶ୍ୱର ଜିଲ୍ଲା ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଦୀପ ପ୍ରଜ୍ବଳନ କରି ନିରବ ପ୍ରାର୍ଥନା କରାଯାଇଛି I ଏହି ଟ୍ରେନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଛି I କରମଣ୍ଡଳ ଏକ୍ସପ୍ରେସ ଟ୍ରେନରେ ମୃତ୍ୟୁ ବରଣ କରିଥିବା ଯାତ୍ରୀଙ୍କ ଉଦେଶ୍ୟରେ ଆଜି ସନ୍ଧ୍ୟାରେ କ୍ୟାଣ୍ଡେଲ ଦୀପ ଜାଳି ସ୍ବର୍ଗତଃ ଅମର ଆତ୍ମାର ସଦଗତି ନିମନ୍ତେ ଶାନ୍ତି ଓ ନିରବ ପ୍ରାର୍ଥନା କରାଯାଇଛି I ଆହତ ବ୍ୟକ୍ତିଙ୍କ ନିମନ୍ତେ ଆଶୁ ଆରୋଗ୍ୟ କାମନା କରା ଯାଇଥିଲା I ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଯୁବନେତା ଭୋଜରାଜ ସିଂ ବରିହା, ପ୍ରଶାନ୍ତ ମହାନ୍ତି,ଏନ୍ ଏ ସି ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ, ଟାଉନ ସଭାନେତ୍ରୀ ମନୋରମା ମହାପାତ୍ର, କାଉନ୍ସିଲର ସଂଯୁକ୍ତା ପୃଷ୍ଟି, କ୍ଷୀର ସାନବର୍ଷା, କବିତା ସେଠ, ସୁମିତ୍ ଘିଭେଲା, ଟାଉନ୍ ସଭାପତି କିଶୋର ସାହୁ, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ବାବୁଲୁ ଖାନ୍ ଭରତ ପଣ୍ଡା, ପିଣ୍ଟୁ ପାଢୀ, ମୌସମ ପାଗଡା, ସରଜୁ ପଟ୍ଟନାୟକଙ୍କ ସମେତ ବହୁ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ I

Leave A Reply

Your email address will not be published.