ପଦ୍ମପୁର ବନ ବିଭାଗର ଚଢାଉ :ଖଇର କାଠ ଜବତ ସହିତ ଟ୍ରକ୍ ଜବତ

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ: ପଦ୍ମପୁର ରେଞ୍ଜ ଗାଇସିଲାଟ ସେକ୍ସନ ଅନ୍ତର୍ଗତ କଂସଢୋଲ ଗ୍ରାମରୁ ଏକ ୪୦୭( OR 08-E6266)ଯୋଗେ କାଠ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ବନ ବିଭାଗ ପକ୍ଷରୁ ଚଢାଉ କରି ୩୦ ଖଣ୍ଡ ଖଇର କାଠ (୩୪.୭୧୯ ସିଏଫ୍ଟି) ଜବତ କରାଯିବା ସହିତ ଚୋରା କାଠ ଚାଲାଣ ର ମୁଖ୍ୟ ଅଭିଯୁକ୍ତ ନୂଆଁପାଲି ଗ୍ରାମର ମୋତିଲାଲ ସାହୁକୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ପଦ୍ମପୁର ରେଞ୍ଜର ସୁଦାମ ଜଗଦଲା ସୂଚନା ଦେଇଛନ୍ତି lଏହା ସହିତ ଏକ ମୋଟର ସାଇକେଲ ମଧ୍ୟ ଜବତ ହୋଇଛି l ଏହି ଚଢାଉ ସମୟରେ ରେଞ୍ଜର ସୁଦାମ ଜଗଦଲା, ଫରେଷ୍ଟର ସରୋଜ ସାହୁ, ଫରେଷ୍ଟ ଗାର୍ଡ ଶାନ୍ତନୁ ପଧାନ, ପୃଥିରାଜ ଭୋଇ, ଫରେଷ୍ଟ ଏଡିଏସ୍ ମାନ ସାଥୁଆ, କେଶ ରଞ୍ଜନ ବୁଡେକ, ସୁଧାଂଶୁ ଶେଖର ଭଏଁସା, ରାଜା ଡନସନା, ମାଧବ ଖରସେଲ, କୃଷ୍ଣ ବଡଗୁଛିଆ, ଦାମୋଦର ବିଶ୍ଵାଳ, ନିରାକାର ନାଏକ ଓ ବାସୁଦେବ ସାହୁ ପ୍ରମୁଖ ସାମିଲ ଥିଲେ l

Leave A Reply

Your email address will not be published.