ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଭ୍ରାମ୍ୟମାଣ କରି ଗୋଷାଣୀ ବ୍ଲକ ଡ଼ଃ ବାଞ୍ଜରି ଗ୍ରାମର ଶବର ସମାଜ କଲ୍ୟାଣ ସମିତିର ସତସଙ୍ଗ ଗୃହରେ ସତସଙ୍ଗର ଉପଦେଷ୍ଟା ଗଙ୍ଗାଧର ଶବର ଓ ପୂର୍ବତନ ସଭାପତି ରାମ ଶଙ୍କର ଶବର ଦ୍ୱୟଙ୍କ ସହଯୋଗରେ ‘ପ୍ରାଥମିକ ସଂସ୍କାର’ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ପ୍ରଥମେ ଶିଶୁମାନଙ୍କର ଶିକ୍ଷା ଓ ସ୍ଵାସ୍ଥ୍ୟ ସମସ୍ୟା ଗୁଡ଼ିକ ଆଲୋଚନା ପରେ ଉମା ଶବରଙ୍କୁ ପ୍ରତି ରବିବାର ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ତୁଲାଇବା ପାଇଁ ମନୋନୀତ ହୋଇଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିଶୁ କୁମାରୀ ଶବର ସୁନ୍ଦର ଭଜନ ପରିବେଷଣ କରିଥିଲେ। ଶେଷରେ ସଂଯୋଜକ ଶିଶୁମାନଙ୍କ ନିମନ୍ତେ ଜଗତଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ନିକଟରେ ସକଳ ପ୍ରମାଦରୁ ଅବଶ୍ୟ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିଲେ।
Sign in
Sign in
Recover your password.
A password will be e-mailed to you.