ନୟାଗଡ଼,(ଲକ୍ଷ୍ମୀଧର ସାହୁ):ବଲାଙ୍ଗୀ ପାର୍କ ପରିସରସ୍ଥ ଆମ୍ଫି ଥିଏଟରରେ ଉଦଘାଟିତ ହେଲା ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ସାମାଜିକ ନାଟକ। ପ୍ରାୟ ଦେଢ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଉପସ୍ଥିତିରେ ନୟାଗଡ ନାଟ୍ୟ ନିର୍ଦ୍ଦେଶକ ମହାସଂଘ ତରଫରୁ ମଞ୍ଚସ୍ଥ ହେଲା ନାଟକ “ଝଡ ଆଲୁଅର ଖେଳ” । ଇଂ ଆଶୁତୋଷଙ୍କ ମହାପାତ୍ର ରଚିତ ଓ ପରମାନନ୍ଦ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଏହି ନାଟକକୁ କଳାକାରମାନେ ଉଦଘାଟନ କରିଥିଲେ। ପାରିବାରିକ କାହାଣୀ ଉପରେ ଆଧାରିତ ଏହି ନାଟକରେ ନାରୀ କବଳରେ କବଳିତ ପୁରୁଷ ଦ୍ବାରା ସୃଷ୍ଟି ହୋଇଥିବା ପାରିବାରିକ ଝଡ ଥମି ଯାଇ ପୁଣି ଆଲୋକରେ ରୂପାନ୍ତରିତ ହେବା ଥିଲା କାହାଣୀର ମୂଳ ବିଷୟ ବସ୍ତୁ। ସ୍ଥାନୀୟ କଳାକାରଙ୍କ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲା। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇଙ୍କ ସମେତ ନାଟ୍ୟପ୍ରେମୀ, ସାହିତ୍ୟିକ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ନାଟକ ଦେଖିଥିଲେ। ବିଧାୟକ ଡ. ସାହୁ ଉପସ୍ଥିତ ରହି ନାଟକ ଉପଭୋଗ କରିବା ସହିତ ନାଟ୍ୟ କଳାକାରଙ୍କୁ ଉତ୍ସାହିତ କରିଥିଲେ। ନାଟକ ପୂର୍ବରୁ ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସେହିପରି ନୟାଗଡର ପ୍ରାୟ ୫୦ ଜଣ ନାଟ୍ୟ ନିର୍ଦ୍ଦେଶକଙ୍କୁ ସମ୍ମାନିତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.