ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ସରକାରଙ୍କ ପ୍ରାଣୀ ସମ୍ପଦ ବିକାଶ ବିଭାଗ ନୟାଗଡ଼ ଶାଖା ଆନୁକୂଲ୍ୟରେ ଆତ୍ମା ଯୋଜନା ଅଧିନରେ ନନ୍ଦିଘୋର ବେଢ଼ା ପୁଷ୍କରିଣୀ ଓ ଓଡ଼ଗାଁ ଏନଏସି ରାମସାଗର ପୁଷ୍କରିଣୀରେ ବତକ ପାଳନ ଯୋଜନାର ଆଜି ଶୁଭାରମ୍ଭ ହୋଇଛି। ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଶୁଭକାନ୍ତ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଂଘ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଡ଼ିଓ ସନ୍ତୋଷ କୁମାର ଜେନା, ଜିଲ୍ଳା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ ପ୍ରମୁଖ ଉପସ୍ଥିତ ରହି ବେଢ଼ା ପୁଷ୍କରିଣୀ ମଧ୍ୟକୁ ୧୦୦ ଗୋଟି ବତକ ଛାଡି ଆନୁଷ୍ଠାନିକ ଭାବେ ବ୍ୟବସ୍ଥାର ଉଦଘାଟନ କରିଥିଲେ । ସେହିପରି ଓଡ଼ଗାଁ ଏନଏସି ରାମସାଗର ପୁଷ୍କରିଣୀରେ ମଧ୍ୟ ୧୦୦ ବତକ ପାଳନ ଆରମ୍ଭ କରାଯାଇଛି। ଏହା ଦ୍ୱାରା ପୁଷ୍କରିଣୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ । ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତ ଏବଂ ଏନଏସି ଉପରେ ନ୍ୟସ୍ତ କରାଯାଇଛି।କାର୍ଯ୍ୟକ୍ରମରେ ଯୁବ ସଂଗଠକ ବିଭୁପ୍ରସାଦ ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ, ବ୍ଲକ ବିଜେଡି ସଭାପତି ସୁର୍ଯ୍ୟନାରାୟଣ ଚୌଧୁରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ପ୍ରତାପ ପ୍ରଧାନ, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ସୌରଭ ରଞ୍ଜନ ହୋତା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.