୧୯ ଯାଏ ଚାଲିବ ୫୮ତମ ଅନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ପ୍ରତିଯୋଗୀତା ଖେଳ By SPNEWS On Nov 12, 2017 0 Share ବଲାଙ୍ଗିର – ବଲାଙ୍ଗୀରରେ ଆରମ୍ଭ ହୋଇଥିବା ଅନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ପ୍ରତିଯୋଗୀତା୧୯ ତାରିଖ ଯାଏଁ ଜିଲ୍ଲାର ୪ଟି ଖେଳପଡିଆରେ ଅନୁଷ୍ଠିତ ହେବ । ହେବ । ଜିଲ୍ଲା କ୍ରୀଡା ସଂସଦ ଓ ଫାଓ ଓଡିଶା କଟକ ପକ୍ଷରୁ ଆୟୋଜିତ ଏହି ଫୁଟବଲ ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୯ଟି ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି । ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଫାଓ ତଥା ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର, କ୍ରୀଡା ସଂସଦ ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ ସବିଶେଷ ସୂଚନା ଦେଇଛନ୍ତି । ସମ୍ମିଳନୀରେ କୁହାଯାଇଛି ଯେ, ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ, ହାଇସ୍କୁଲ ପଡିଆ ଟିଟିଲାଗଡ, ସାଇଟ ଷ୍ଟାଡିୟମ ବଲାଙ୍ଗୀର ଓ ଲୋଇସିଂହା ଷ୍ଟାଡିୟମରେ ମ୍ୟାଚ ଗୁଡିକ ଖେଳାଯିବ । ୧୮ ଓ ୧୮ ତାରିଖ ଦିନ ସେମିଫାଇନାଲ ଓ ୧୯ ତାରିଖ ଫାଇନାଲ ମ୍ୟାଚ ଗାନ୍ଧୀ ଷ୍ଟାଡିୟମରେ ହେବ । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚôଛି । ଉଦଘାଟନୀ ଦିନ ଗାନ୍ଧୀ ଷ୍ଟାଡିୟମରେ ବଲାଙ୍ଗୀର ବନାମ ରାୟଗଡା, ସାଇଟ ଷ୍ଟାଡିୟମରେ ସୁନ୍ଦରଗଡ ବନାମ କଳାହାଣ୍ଡି, ଲୋଇସିଂହାରେ ଭୁବନେଶ୍ୱର ବନାମ ଜଗତସିଂପୁର, ଟିଟିଲାଗଡ ହାଇସ୍କୁଲ ପଡିଆରେ ଝାରସୁଗୁଡା ଓ କୋରାପୁଟ ମଧ୍ୟରେ ମ୍ୟାଚ ହେବ । ସେହିପରି ଅନ୍ୟ ସବୁ ଦିନମାନଙ୍କରେ ଗାନ୍ଧୀଷ୍ଟାଡିୟମରେ ଯାଜପୁର, ସୋନପୁର, ଦେବଗଡ, କେନ୍ଦ୍ରାପଡା, ନବରଂଗପୁର,ସମ୍ବଲପୁର ମଧ୍ୟରେ ଖେଳ ହେବ । ଟିଟିଲାଗଡରେ ପାରାଦୀପ ପି.ଟି, ପୁରୀ, ବରଗଡ, ଫୁଲବାଣୀ, ଅନୁଗୁଳ, ଗଞ୍ଜାମ ଟିମ ଭିତରେ ଖେଳ ହେବ । ସାଇଟ ଷ୍ଟାଡିୟମରେ ବାଲେଶ୍ୱର ଢେଙ୍କାନାଲ, ଖୋର୍ଦ୍ଧା, ନୟାଗଡ, କଟକ ଭିତରେ ଖେଳ ହେବାକୁ ଥିବା ବେଳେ ଲୋଇସିଂହାରେ କେନ୍ଦୁଝର, ଭଦ୍ରକ, ମୟୁରଭଞ୍ଜ, ଆରଏସପି ରାଉରକେଲା ମଧ୍ୟରେ ମ୍ୟାଚ ହେବ । ମ୍ୟାଚ ପରିଚାଳନା ପାଇଁ ୨୭ ଜଣ ରେଫରୀ ନିଯୁକ୍ତ କରାଯାଇଛି । ମ୍ୟାଚ କମିସନର ଭାବରେ ଦୁର୍ଗାମାଧବ ନାଏକ, ସଂଜୟ ଜେନା, ସୁଜିତ ପାତ୍ର ରହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସହସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଫୁଟବଲ ସଂପାଦକ ନିଶାରକାନ୍ତ ନାଗ, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ସିଲେକ୍ସନ କମିଟି ସଦସ୍ୟ ଶ୍ରୀକାନ୍ତ ରାଉତ, ମ୍ୟାଚ କମିସନର ସୁଜିତ ପାତ୍ର ମଂଚାସିନ ଥିଲେ । ବହୁ ସଂଖ୍ୟାରେ କ୍ରୀଡାପ୍ରେମୀ ଯୋଗଦେବାକୁ ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି । ବଲାଙ୍ଗିର ଜିଲ୍ଲା କ୍ରୀଡାସଂସଦର ବାର୍ଷିକ କ୍ରୀଡାଉସôବ ଡିସେମ୍ବର ୮ ଓ ୯ ବଲାଙ୍ଗିର -ଆସନ୍ତା ଡିସେମ୍ବର ୮ ଓ ୯ ତାରିଖ ଦୁଇଦିନ ଧରି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମରେ କ୍ରୀଡା ସଂସଦର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ । ଏଥିରେ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିବା ପାଇଁ ଇଚ୍ଛୁକ କ୍ରୀଡାନୁଷ୍ଠାନ , ବିଦ୍ୟାଳୟ, ମହାବିଦ୍ୟାଦଳୟ, କ୍ଳବ, ଏବଂ ବ୍ୟକ୍ତିଗତ କ୍ରୀଡାବିତ ମାନେ ଚଳିତ ନଭେମ୍ବର ମାସ ୨୦ତାରିଖ ସୁଦ୍ଧା ସେମାନଙ୍କ ନାମ ପଞ୍ଜିକରଣ ସକାଶେ ନିର୍ଦ୍ଧାରିତ ଫର୍ମରେ ଷ୍ଟଡିୟମର କାର୍ଯ୍ୟାଳୟରେ କିମ୍ବା ସଂସଦର କ୍ରୀଡା ସମ୍ପାଦକ ବିଭୁତି ଭୂଷଣ ପଣ୍ଡାଙ୍କ ଠାରେ ଦାଖଲ କରିବା ପାଇଁ ସଂଘ ପକ୍ଷରୁ ସୁଚନା ଦିଆଯାଇଛି । କ୍ରୀଡାବିତ ମାନେ ଫର୍ମ ସହିତ ଜନ୍ମଦିନ, ମାସ, ବର୍ଷ ସୁଚିତ ଥିବା ଆଧାରକାର୍ଡ / ସ୍କୁଲ, କଲେଜ ପରିଚୟପତ୍ର / ମେଟ୍ରିକ ପାସ ବୋର୍ଡ ସାଷ୍ଟିଫିକେଟ (ଯେ କୌଣସି ଗୋଟିଏ ) ନଥିକରି ନିର୍ଦ୍ଧାରିତ ତାରିଖ ମଧ୍ୟରେ ଫର୍ମ ଦାଖଲ ନକଲେ ପୁନଶ୍ଚ ଫର୍ମ ଗ୍ରହଣ କରାଯିବ ନାହିଁ ବୋଲି ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ସୁତ୍ରରୁ ପ୍ରକାଶ । 0 Share FacebookTwitterGoogle+ReddItWhatsAppPinterestEmail