କେରଳରେ ବାମପନ୍ଥୀ ଦ୍ୱାରା ହେଉଥିବା ହିଂସାକାଣ୍ଡକୁ ବିରୋଧ On Nov 11, 2017 23 Share ଭୁବନେଶ୍ୱର : କେରଳ ଯାହାକୁ ଏକଦା “ଭଗବାନଙ୍କ ଭୂମି” ବୋଲି କୁହାଯାଉଥିଲା ତାହା ଆଜି “ସଇତାନମାନଙ୍କ ଭୂମି”ରେ ପରିଣତ ହୋଇଛି । ନିଜକୁ ମାନବାଧିକାରର ରକ୍ଷକ ଓ ସମଗ୍ର ଦେଶରେ ଅନ୍ୟ ବିଚାରଧାରା ଲୋକମାନଙ୍କୁ ସାମାନ୍ୟ ଘଟଣା ପାଇଁ ଅର୍ନ୍ତଜାତୀୟ ସ୍ତରରେ ନିନ୍ଦିତ କରୁଥିବା ବାମପନ୍ଥୀ ମାନେ ନିଜେ ଶାସିତ ରାଜ୍ୟ କେରଳରେ ମାନବତାର ସମସ୍ତ ସୀମାକୁ ଉଲ୍ଲଙ୍ଘନ କରି ବିରୋଧୀ ଜନତାଙ୍କୁ ନୃଶଂସ ହତ୍ୟାର ତାଣ୍ଡବଲୀଳା ଚଳାଇଛନ୍ତି ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କେରଳରେ ବାମପନ୍ଥୀ ଦ୍ୱାରା ହେଉଥିବା ହିଂସା ବିରୋଧ ସାରା ବହୁ ସଂଖ୍ୟାରେ ବିଦ୍ୟାର୍ଥୀ କେରଳର ରାଜଧାନୀ ତିରୁଅନନ୍ତପୁରମଠାରେ “୧୧ ନଭେମ୍ବର ଚାଲ କେରଳ” ମହା ରାଲି ରେ ଯୋଗଦାନ କରିଛନ୍ତି । ଏହି ମହା ରାଲି କୁ ସମର୍ଥନ ଜଣାଇ ରାଜ୍ୟର ପ୍ରମୁଖ ସ୍ଥାନରେ ଏବଂ ରାଜ୍ୟ ରାଜଧାନୀରେ ମଧ୍ୟ ବାମପନ୍ଥୀ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଛି । 23 Share FacebookTwitterGoogle+ReddItWhatsAppPinterestEmail