ପିସିସି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

0 2

ଭୁବନେଶ୍ୱର- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଶ୍ରାଦ୍ଧ ଦିବସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଭୁବନେଶ୍ୱର ରାଜୀବ ଭବନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିରେ କଂଗ୍ରେସ ନେତୃ ବୃନ୍ଦ ମାଲ୍ୟର୍ପଣ କରିଥିଲେ । ପରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ରାଜୀବଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟ କ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପୂର୍ବଚନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଅନନ୍ତ ସେଠୀ, ଶିବାନନ୍ଦ ରାୟ, ବିଜୟ ପଟ୍ଟନାୟକ, ସିଏସ ରାଜନ ଏକ୍କା, କିଶୋର ଜେନା, ଲଲାଟେନ୍ଦୁ ମହାପାତ୍ର, ବିଶ୍ୱଜିତ ଦାଶ, ୟାସିର ନୱାଜ, ମନୋରଞ୍ଜନ ଦାଶ, ଶ୍ରୀନିବାସ ରାଉତରାୟ, ମାନସ ଅଚାର୍ଯ୍ୟ, ତରୁଣ ମିଶ୍ର, ପ୍ରକାଶ ମିଶ୍ର, ସୁଦର୍ଶନ ଦାସ, ସୁବ୍ରତ ମହାପାତ୍ର, ରଣଜିତ ପାତ୍ର, ସଂକୁନା କହଁର, ଅଜୟ ସାହୁ, ଶିଳ୍ପିଶ୍ରୀ ହରଚନ୍ଦନ, ଜୟକୃଷ୍ଣ ସୁବୁଦ୍ଧି, ସଂଜୟ ମିଶ୍ର, ବିରେନ ସେନାପତି, କୈଳାସ ସାହୁ, ମଂଟୁ ମଲ୍ଲିକ, ସେନ ହେମ୍ବ୍ରମ, ପ୍ରଣତି ମିଶ୍ର, ପ୍ରଭାତ ପ୍ରତାପ ସିଂ, ବିନୋଦ ପାଣି, ସୁଧାଂଶୁ ମହାନ୍ତି, ମନୋରଞ୍ଜନ ରାଉତରାୟ, ଅମିତା ବିଶ୍ୱାଳ, ଜ୍ୟୋତିଷ ସାହୁ, ଆଲୋକ ମହାନ୍ତି, ଲିଙ୍ଗରାଜ ସାହୁ, ଖଗେଶ୍ୱର ମଲ୍ଲିକ, ଦେବେନ୍ଦ୍ର ଦାସ, ଗୁଣନିଧି ଶା, ଶ୍ରୀୟାସ୍ମିତା ପଣ୍ଡା ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.