ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ ଆଜି ଓକାକ୍ ସ୍ଥିତ ଡାଟା ସେଣ୍ଟର ପରିଦର୍ଶନ କରି ସେଠାରେ ଉପଲବ୍ଧ ସମସ୍ତ ବ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତିା ଆଜିର ଡିଜିଟାଲ ଯୁଗରେ ବିଭିନ୍ନ ସରକାରୀ ବ୍ୟବସ୍ଥା କିଭଳି ଲୋକଙ୍କ କାର୍ଯ୍ୟରେ ଆସୁଛି ଏବଂ ସରକାରୀ ବିଭାଗର ବିଭିନ୍ନ ଡାଟା କିପରି ସୁରକ୍ଷିତ ଭାବେ ସରଂକ୍ଷିତ ହେଉଛି, ସେ ସମ୍ପର୍କରେ ଅଧିକାରୀ ଓ କର୍ମଚାରୀଙ୍କ ସହ ସେ ଆଲୋଚନା କରିଛନ୍ତିା
ସୂଚନା ଅନୁଯାୟୀ ବର୍ତ୍ତମାନ ୪୫ଟି ରେକ୍ ବିଶିଷ୍ଟ ବ୍ୟବସ୍ଥା ମଧ୍ୟରେ ଓଡ଼ିଶା ସରକାରଙ୍କର ୪୬୦ରୁ ଉର୍ଧ୍ଵ ଆପ୍ଲିକେସନର ଡାଟା ସରଂକ୍ଷିତ ହୋଇପାରୁଛିା ଆହୁରି ୮୮ ଗୋଟି ରେକ୍ର ପ୍ରସ୍ତୁତି ହେଉଛି, ଯାହାକି ଆଗାମୀ ଦିନରେ ଏହି ଡାଟା ସଂରକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିପାରିବା ବର୍ତ୍ତମାନ ଏହାର ଦୁଇଟି କେନ୍ଦ୍ର କୋରାପୁଟ ଏବଂ ସୁନ୍ଦରଗଡ଼ରେ ହେବା ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତିା ରାଜ୍ୟବ୍ୟାପୀ ଏହି ବ୍ୟବସ୍ଥା କିଭଳି ଅଧିକ ସୁଦୃଢ ହୋଇପାରିବ ସେ ବିଷୟରେ ଶ୍ରୀ ପଟ୍ଟନାୟକ ବିସ୍ତୃତ ଆଲୋଚନା କରିବା ସହ ଏପରି ଯୁଗାନ୍ତକାରୀ ବ୍ୟବସ୍ଥା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିା
ଏହି ଗସ୍ତ ଅବସରରେ ଏନ୍ଆଇସି ଓ ଡାଟା ସେଣ୍ଟରର ଅପରେସନ୍ ବିଭାଗର ଅଧିକାରୀ ଏବଂ ଓକାକ୍ର କର୍ମଚାରୀମାନେ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.