ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଅଟଳବିହାରୀ କଲେଜ ରୋଡ଼ ରେ ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ଆନୁକୂଲ୍ୟରେ ନିଖିଳ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ ପକ୍ଷ ରୁ ଏଡ଼ସ ସଚେତନତା କାର୍ଯ୍ୟ କ୍ରମ ସୋମବାର ରୁ ଆରମ୍ଭ ହୋଇ ତିନିଦିନ ଧରି ଚାଲିବ ବୋଲି ସୂଚନା ମିଳିଛି.ମୁଖ୍ୟ ଅତିଥି ଭାବେ ଆୟୁଷ ଡାକ୍ତର ମନୋଜ ମିଶ୍ର ଉଦ ଘାଟନ କରିଥିଲେ. ଏହି ଅବସର ରେ ଏଡ଼ସ ଉପରେ ମତ ଦେଇ ନିଆ ଯାଉଥିବା ପଦକ୍ଷେପ ଉପରେ ଅବଗତ କରାଇବା ସହ ସରକାର ଙ୍କ ପକ୍ଷ ରୁ ଗୁରୁତ୍ୱ ଦିଆ ଯାଉଥିବା ସେ କହିଥିଲେ.ସଂଘ ର ନିର୍ଦେଶକ ରମେଶ ଚନ୍ଦ୍ର ଦୀକ୍ଷିତ,ସମ୍ପାଦକ ପର୍ଶୁରାମ ନାୟକ,ପ୍ରକଳ୍ପ ଅଧିକାରୀ ମନୋଜ କୁମାର ବାରିକ,ସ୍ୱାଗତ ବକ୍ତବ୍ୟ ରଖିଥିଲେ.ବଳରାମ ପାତ୍ର, ସର୍ବେଶର ମହାନ୍ତି,ନମିତା ବଳ, ଲକ୍ଷ୍ମୀ ମଣି ବେହେରା,ସୁଭଦ୍ରା ବେହେରା, ଜୟ ଲଳିତା ମାଈତି,ଶଙ୍କର ଲାଲ ଜେନା, ତାପସ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ.