ଓଡ଼ଗାଁ,୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନୟାଗଡ଼ ଛୁଇଁ ବଲାଙ୍ଗୀର ଅଭିମୁଖେ ଆଗେଇ ଚାଲିଥିବା ବେଳେ ନୂଆଗାଁ ପର୍ଯ୍ୟନ୍ତ ରେଳ ଗଡିସାରିଛି । ଏପରି ସ୍ଥଳେ ଓଡ଼ଗାଁ ମାଟିକୁ ରେଳପଥ ଛୁଇଁ ନଥିବା ବେଳେ ତାଳଚେର ଗୋପାଳପୁର ପ୍ରସ୍ତାବିତ ରେଳ ପ୍ରକଳ୍ପ ନୟାଗଡ଼ ଜିଲ୍ଲାର ଅନ୍ୟତମ ବିଷ୍ଣୁ କ୍ଷେତ୍ର ତଥା ସ୍ବର୍ଣ୍ଣ କଳଶକ୍ଷେତ୍ର ବାହାରେ ବାଣ୍ଠପୁର ଦେଇ ଯିବା ଜଣାପଡିବା ପରେ ଓଡ଼ଗାଁ ପ୍ରସିଦ୍ଧି ସ୍ବର୍ଣ୍ଣ କଳଶକ୍ଷେତ୍ର ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପୀଠ ଓଡ଼ଗାଁ ମାଟିକୁ ଛୁଇଁ ଯିବା ପାଇଁ ସାଧାରଣରେ ଦାବି ଯୋର ହୋଇଛି । ତାଳଚେର ଗୋପାଳପୁର ରେଳ ପ୍ରକଳ୍ପ ଓଡ଼ଗାଁ ବ୍ଳକ ଏବଂ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଲଡୁବାବା ପୀଠ ଶରଣକୁଳ ଛୁଇଁବା ପରେ ଓଡ଼ଗାଁ ବ୍ଳକ ପାହାଡ଼ ଜଙ୍ଗଲ ଘେରା ନିକାଞ୍ଚନ ବାଣ୍ଠପୁର ଅଞ୍ଚଳ ଦେଇ ଗଞ୍ଜାମ ଜିଲ୍ଲାର କରଚୁଲି ବୁଗୁଡ଼ା ଦେଇ ଗୋପାଳପୁର ଯିବାପାଇଁ ସ୍ଥିର ହୋଇଥିବା ବେଳେ ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ରଘୁନାଥ ଜିଉଙ୍କ କ୍ଷେତ୍ର ଏଥିରୁ ବାଦ୍ ପଡୁଥିବା ଜାଣିବା ପରେ ସ୍ଥାନୀୟ ଅଞ୍ଚଳ ବାସୀ ଦୁଃଖ ପ୍ରକାଶ କରିବା ସହିତ ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ କ୍ଷେତ୍ରକୁ ଏହି ରେଳ ରାସ୍ତା ସଂଯୋଗ କରିବା ଲାଗି ଜନସାଧାରଣ ସଂଗଠିତ ହେଉଥିବା ଜଣାଯାଇଛି । ସୂଚନା ଅନୁସାରେ ରେଳବିଭାଗ ପକ୍ଷରୁ ଫାଇନାଲ ଲୋକେସନ ସର୍ଭେକୁ ଅନୁମୋଦନ ମିଳିଥିବା ବେଳେ ସମ୍ପୁର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ ଏବେ କାର୍ଯ୍ୟ ଆରମ୍ଭ ହୋଇଛି । ଏଣୁ ସମ୍ପୁର୍ଣ୍ଣ ବିଭାଗୀୟ ରିପୋର୍ଟ ପ୍ରସ୍ତୁତ ହେବା ପୂର୍ବରୁ ରେଳପଥ ଓଡ଼ଗାଁ ମାଟି ଛୁଇଁ ଯିବାପାଇଁ ଦଳମତ ନିର୍ବିଶେଷରେ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବି, ଓଡ଼ଗାଁ ବାର ଆସୋସିଏସନ୍, ରଘୁନାଥ ଜିଉ ମନ୍ଦିର ପୂଜକ ପରିଷଦ, ସୁଆର ପରିଷଦ ଓ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଦାବି କରିଛନ୍ତି । ଶରଣକୁଳ ପରେ ୧୫ କିଲୋମିଟର ଓଡ଼ଗାଁ ଠାରେ ରେଳଷ୍ଟେସନ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଞ୍ଚଳ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଲାଭ କରିବା ସହିତ ପୁରୀରେ ଜଗନ୍ନାଥ, ଭୁବନେଶ୍ଵରରେ ଲିଙ୍ଗରାଜ, ନୟାଗଡ଼ ଦକ୍ଷିଣ କାଳୀ, ଶରଣକୁଳ ଠାରେ ଲଡୁବାବା ଓ ଓଡ଼ଗାଁ ଠାରେ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରକୁ ସଂଯୋଗ ହେବା ଫଳରେ ଏକ ଆଧ୍ୟାତ୍ମିକ କରିଡର ସୃଷ୍ଟି ହୋଇପାରିବ । ଫଳରେ ଯାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ସ୍ଥାନୀୟ ଅଞ୍ଚଳର ସାମାଜିକ, ଆର୍ଥିକ, ସାଂସ୍କୃତିକ, ଅଭିବୃଦ୍ଧି ଘଟିବାରେ ଅନେକାଂଶରେ ସହାୟକ ହୋଇପାରିବ । ଚୁଡାନ୍ତ ଫଳାଫଳକୁ ଗ୍ରହଣ କରିବା ପୂର୍ବରୁ ଏନେଇ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରୀ ଅସ୍ବିନୀ ବୈଷ୍ଣବ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସୀ ଦାବି ରଖିଛନ୍ତି ।
Sign in
Sign in
Recover your password.
A password will be e-mailed to you.