ଭୁବନେଶ୍ୱର,୨୦/୫: ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଂଟ ସ୍କୁଲ୍ସ (ଏମ୍ସ) ଓଡ଼ିଶା ଚାପ୍ଟର ଦ୍ୱାରା ଶନିବାର ଶିକ୍ଷା ଓ ଅନୁସନ୍ଧାନରେ ‘ଜାତୀୟ ଶିକ୍ଷାନୀତି-୨୦୨୦ର ମ୍ୟାନେଜମେଂଟ ଶିକ୍ଷା ଉପରେ ପ୍ରଭାବ’ ଶୀର୍ଷକ ଏକ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଏମ୍ସ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ପ୍ରଫେସର ରମେଶ ବେହଲ ଏବଂ ଏମ୍ସ ପୂର୍ବାଂଚଳ ଶାଖାର ଆଂଚଳିକ ଉପସଭାପତି ଡଃ. ରମାକାନ୍ତ ପାତ୍ର ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।
ବର୍ତମାନ ପରିସ୍ଥିତିରେ ମ୍ୟାନେଜମେଂଟ ଶିକ୍ଷା ପାଠ୍ୟକ୍ରମର ପରିବର୍ତନ ତଥା ଜାତୀୟ ଶିକ୍ଷାନୀତି-୨୦୨୦କୁ ଆଧାର କରି ପାଠ୍ୟକ୍ରମର ରୂପାନ୍ତରୀକରଣ ପ୍ରକ୍ରିୟା ଉପରେ ଆଲୋଚନା କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଶିଳ୍ପ ଜଗତରେ ବ୍ୟାପକ ପରିବର୍ତନ ହେଉଥିବାରୁ ମ୍ୟାନେଜମେଂଟ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ନିଜକୁ ପ୍ରସ୍ତୁତ କରି ନୂତନ ଜ୍ଞାନକୌଶଳର ଆବଶ୍ୟକତା ଏବଂ ଏହାର ଉପାଦେୟତା ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାପ୍ରଦାନ ବିଷୟରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଏଥିରେ ପୂର୍ବ ଭାରତର ୧୦୦ ରୁ ଊର୍ଦ୍ଧ୍ୱ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଏବଂ ଡିନ୍ମାନେ ଯୋଗ ଦେଇଥିଲେ ।
ମ୍ୟାନେଜମେଂଟ ଶିକ୍ଷା ୪.୦କୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟମାନଙ୍କର ପାଠ୍ୟକ୍ରମରେ କିଛି ପରିବର୍ତନ କରି ନୂତନ ଜ୍ଞାନକୌଶଳ ଶିକ୍ଷା, ଗବେଷଣା ଭିତିକ ଶିକ୍ଷାପ୍ରଦାନ, ସାମାଜିକ ବିଜ୍ଞାନ, ନେତୃତ୍ୱ ଭିତିକ ଦକ୍ଷତା ଏବଂ ଶ୍ରେଣୀ ପାଠ୍ୟକ୍ରମର ଉପସ୍ଥାପନାକୁ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ଅଛି ବୋଲି ଏହି ସମ୍ମିଳନୀରେ ଉପସ୍ଥିତ ସମସ୍ତ ଶିକ୍ଷକ, ପ୍ରାଧ୍ୟାପକ ଏବଂ ଶିଳ୍ପଜଗତରୁ ଆସିଥିôବା ଅତିଥିମାନେ ନିଜ ନିଜର ମତ ରଖିଥିଲେ ।
ଏହି ଦିନିକିଆ ସମ୍ମିଳନୀରେ ଆଇ.ଆଇ.ଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶୀପଦ କର୍ମଲକାର, ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ, ଫିକି ଓଡ଼ିଶାର ଅଧ୍ୟକ୍ଷ ତଥା ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସତିଜା, ସାବିତ୍ରିବାଇ ଫୁଲେ ବିଶ୍ୱବିଦ୍ୟାଳୟ, ପୁନେର ଡିନ୍ ପ୍ରଫେସର ପରାଗ କେଲ୍କର, ଏସ୍ସିଏମ୍ଏସ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶିକା ଡଃ ଇନ୍ଦୁ ନାୟାର, ଭବନ ସେଂଟର ଅଫ୍ କମ୍ୟୁନିକେସନ୍ ଏବଂ ମ୍ୟାନେଜମେଂଟର ନିର୍ଦ୍ଦେଶକ ଡଃ ସୁଜାତା ମଙ୍ଗରାଜ ଓ ଓକାକ୍ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ମାନସ ପଣ୍ଡା ଯୋଗ ଦେଇଥିଲେ ।
ଏହି ସମ୍ମିଳନୀର ଉଦ୍ଯାପନ ସମାରୋହରେ ବେଦାନ୍ତ, ଓଡ଼ିଶା ଏବଂ ଛତିଶଗଡ଼ର ସଭାପତି ଡଃ ତପନ କୁମାର ଚାନ୍ଦ, ବିଆଇଆଇଟିଏମ୍ର ଅଧ୍ୟକ୍ଷ ଡଃ ମିହିର ନାୟକ, ଏମ୍ସ ଓଡ଼ିଶା ଚାପ୍ଟରର ସଂପାଦକ ଇଂ. ସରୋଜ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଫେସର ଆର୍. ଏନ୍. ସାହୁ ଯୋଗ ଦେଇଥିଲେ ।
ଶେଷରେ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଉପସ୍ଥିତ ଥିବା ସମସ୍ତ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ, ଡିନ୍, ଶିକ୍ଷାବିତ୍, ଶିଳ୍ପଜଗତର ବରିଷ୍ଠ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.