ପରକୀୟା ପ୍ରିତି ଅଭିଯୋଗ : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ !

0 2

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର):ଓଡ଼ଗାଁ ଆଦର୍ଶଥାନା ଅଧିନସ୍ଥ ଗିରିଡିପଲ୍ଲୀ ପଞ୍ଚାୟତ ଧଝୋଲା ଗ୍ରାମରେ ଜଣେ ଯୁବକଙ୍କୁ ଗୁରୁତର ଆକ୍ରମଣ ହୋଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଧଝୋଲା ଗ୍ରାମ ଉପରସାହିର ଜିତେନ୍ଦ୍ର ଚଣ୍ଡଙ୍କ ମା’ ଆଜକୁ ଏକବର୍ଷ ତଳେ ମୃତ୍ୟୁବରଣ କରିଥିଲେ।ସେବେଠାରୁ ଜିତେନ୍ଦ୍ର ସେହି ଗ୍ରାମର ସମ୍ପର୍କୀୟ ଶଇ ଟୁକୁନା ନାୟକ ଘରେ ଯାଇ ରହୁଥିଲେ। ଜିତେନ୍ଦ୍ରର ବାହାଘର ପାଇଁ ତାଙ୍କ ମାଆ କରିଥିବା ସୁନାଗହଣା ଓ ୩୫ ହଜାର ଟଙ୍କା ଟୁକୁନା ନାୟକଙ୍କ ସ୍ତ୍ରୀ କାଜଲ ନାୟକଙ୍କୁ ଦେଇଥିବା ଜିତେନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶନିବାର ସକାଳ ୬ଟା ସମୟରେ ଟୁକୁନାଙ୍କ ଘର ଆଗରେ ବସି ମୋବାଇଲ୍ ଦେଖୁଥ‌ିବା ବେଳେ ହଠାତ୍ ଟୁକୁନା ଏବଂ ତାଙ୍କ ଶଳା ଗୁରୁଦେବ ପାତ୍ର ମିଶି ଜିତେନ୍ଦ୍ରକୁ ଏକ ଧାରୁଆ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୁଣ୍ଡ, ପିଠି, ଆଖ୍ ଏବଂ ଦୁଇ ହାତରେ ଗଭୀର ଆଘାତ ଲାଗିଥ‌ିବା ସହିତ ଜିତେନ୍ଦ୍ର ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ତେବେ ପ୍ରାରମ୍ଭିକ ଭାବେ ପ୍ରେମ ସମ୍ପର୍କକୁ ସନ୍ଦେହକରି ଏଭଳି ଆକ୍ରମଣ ହୋଇଥିବା ଆଲୋଚନା ହେଉଛି। ଏନେଇ ଜିତେନ୍ଦ୍ରଙ୍କ ବାପା ଭାଗବତ ଚଣ୍ଡ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିବାପରେ ଓଡ଼ଗାଁ ଆଦର୍ଶ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave A Reply

Your email address will not be published.