ରାଉରକେଲା: ୮/୫/୨୩(ବସନ୍ତ କୁମାର ଜେନା): ଭାରତୀୟ ରେଡକ୍ରସ ସୋସାଇଟି ର ରାଉରକେଲା ଶାଖା ପକ୍ଷରୁ ବିଶ୍ୱ ରେଡ଼କ୍ରସ ଦିବସ ଆଜି ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ର ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ର ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ଯୁବପିଢି କୁ ସେବା ମନୋଭାବ ରଖିବାକୁ ଆହ୍ବାନ ଦେଇଥିଲେ। ସେ କହିଥିଲେ ବର୍ତ୍ତମାନ ଯୁଗରେ ରେଡକ୍ରସ ର ଆବଶ୍ଯକତା ବେଶୀ ରହିଛି। ପୂର୍ବରୁ ଲୋକ ଯୁଦ୍ଧ ଭୁମିରେ ଯେତିକି ମୁତ୍ଯୁ ବରଣ କରୁଥିଲେ ବର୍ତ୍ତମାନ ତା ଠାରୁ ଅଧିକ ମୁତ୍ଯୁ ସଡକ ଦୁର୍ଘଟଣାରେ ଜୀବନ ହରାଉଛନ୍ତି। କୌଣସି ସଡ଼କ ଦୁର୍ଘଟଣା ହେଲେ ଦୁର୍ଘଟଣା ସମୟରେ ଉପସ୍ଥିତ ଥିବା ବ୍ଯକ୍ତି ଆହତ ବ୍ଯକ୍ତି କୁ ହସପିଟାଲ କିପରି ନିଆହେବ ଓ ପ୍ରାଥମିକ ଉପଚାର ସଠିକ ଭାବରେ କରି ପାରିବ ସେ ବିଷୟରେ ଅବଗତ ହେବା ଆବଶ୍ଯକ। ସେ କହିଥିଲେ ଯେ ଲୋକଙ୍କ ସହାୟତା କରିବା ପାଇଁ ମୁଖ୍ଯତ ଆନ୍ତରିକତା ଏବଂ ସ୍କିଲ ର ଆବଶ୍ଯକ ରହିଛି। ତେଣୁ ଯୁବ ପିଢିକୁ ସେବା ମନୋଭାବ ସହିତ ପ୍ରାଥମିକ ଉପଚାର ର କୌଶଳ ଶିକ୍ଷା କରିବା ଉଚିତ। ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇ ଡା ଏମ ସୋରେନ ରେଡକ୍ରସ ଗଠନ ହେବାର ଇତିହାସ ଓ ମହତ୍ବ ସଂପର୍କ ରେ ଅବଗତ କରାଇ ଥିଲେ। ଏହି ଅବସରରେ ଚିତ୍ରାଙ୍କନ, ରଚନା ଏବଂ ବକ୍ତୃତା ପ୍ରତିଯୋଗୀତାରେ ବିଜୟୀ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପୂର୍ବରୁ ସକାଳ
ଉଦିତ ନଗର ସ୍ଥିତ ଫିଟନେସ ପାର୍କ ସମ୍ମୁଖ ରେ ସିଭିଲ ଡିଫେନ୍ସ ର ସଦସ୍ଯ ମାନେ ଦୁର୍ଘଟଣା ହେଲେ ଆହତ ବ୍ଯକ୍ତି କୁ କିପରି ସହାୟତା କରିବେ ସେ ବିଷୟରେ ମକଡ୍ରିଲ ପ୍ରଦର୍ଶନ କରି ଥିଲେ। ତା ପରେ ପରେ ଏକ ସଚେତନତା ରାଲି ଆରଏମସି କାର୍ଯ୍ୟାଳୟ ରୁ ବାହାରି ସରକାରୀ ହାଇସ୍କୁଲ ଉଦିତନଗର ହାଇସ୍କୁଲ ପହଞ୍ଚିଥିଲା ସେଠାରେ ରେଡକ୍ରସର ପତକା ଅତିରିକ୍ତ ଜିଲ୍ଲାପାଳ ଉତ୍ତୋଳନ କରିଥିଲେ। ଏହାପରେ ଉକ୍ତ ରାଲି ରେ ବିଭିନ୍ନ ବିଦ୍ୟାଳୟ ,ମହାବିଦ୍ୟାଳୟର ଓ କ୍ରୀଡ଼ା ଛାତ୍ରାବାସର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସରୋଜିନୀ ପ୍ରସନ୍ନ କୁଲୁ, ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ, ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ଉପସ୍ଥିତ ଥିଲେ। ଡାକ୍ତର ପୂଜା ପତି କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା ଧନ୍ଯବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post