ସୁନ୍ଦରଗଡ଼ ଠାରେ ବିଶ୍ଵ ରେଡ଼କ୍ରସ ଦିବସ ପାଳିତ

0 2

ସୁନ୍ଦରଗଡ଼, ୦୮/୦୫/୨୦୨୨(ବସନ୍ତ କୁମାର ଜେନା): ସ୍ଥାନୀୟ ରେଡକ୍ରସ ଭବନ ଠାରେ ଆଜି ସାର ହେନେରୀ ଡ଼ୁନାଣ୍ଟ ଙ୍କ ଜନ୍ମ ବାର୍ଷିକୀ ତଥା ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱ ରେଡକ୍ରସ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ସମସ୍ତେ ଅନ୍ୟଙ୍କ ପ୍ରତି ସେବା ମନୋଭାବ ରଖିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I

ଏହି ଅବସରରେ ରେଡକ୍ରସ ର ଆଜୀବନ ସଦସ୍ୟ (ଲାଇଫ ମେମ୍ବର) ମାନେ ଯୋଗ ଦେଇ ସାର ହେନେରୀ ଡ଼ୁନାଣ୍ଟ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହିତ ତାଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ସମାଜ ପ୍ରତି ତାଙ୍କର ମହାନ ଅବଦାନ, ତାଙ୍କର ସେବା ମନୋଭାବ ଆଦି ସମ୍ପର୍କରେ ଆଲୋଚନା କରିଥିଲେ I ଏହା ସହିତ ଚଳିତ ବର୍ଷ ର ଥିମ ” ଯାହା ଆମେ କରୁ ତାହା ହୃଦୟ ରୁ ଆସି ଥାଏ ” ଉପରେ ମଧ୍ୟ ଆଲୋଚନା କରାଯାଇଥିଲା I

ଏହା ସହିତ ବୈଠକରେ ସମସ୍ତେ ନୂତନ ସଦସ୍ୟତା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା, ଆବଶ୍ୟକୀୟ ପାଣ୍ଠି ସଂଗ୍ରହ କରିବା, ରକ୍ତଦାନ, ସମସ୍ତେ ମାନବିକତା ଗୁଣ ପୋଷଣ କରିବା, ଗରିବ ତଥା ଆବଶ୍ୟକ କରୁଥିବା ଲୋକ ତଥା ଅସହାୟ ମାନଙ୍କୁ ସହାୟତା ର ହାତ ବଢେଇବା ସହିତ ସେମାନଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବା, ସେବା ମନୋଭାବ ପୋଷଣ କରିବା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହା ସହିତ ସଦସ୍ୟମାନେ ରେଡକ୍ରସ ସହିତ ନିଜର ସମ୍ପୃକ୍ତି ନେଇ ନିଜ ନିଜର ଅଭିଜ୍ଞତା ବିଷୟ ରେ କହିଥିଲେ I
ବୈଠକରେ ଜିଲ୍ଲା ରେଡକ୍ରସ ସମ୍ପାଦିକା ତଥା ଡେପୁଟି କଲେକ୍ଟର (ଆପତକାଳୀନ) ଶ୍ରୀମତୀ କୁନ୍ତୀ ନାୟକ, ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀ ଶ୍ରୀମତୀ କୌସଲ୍ୟା ଭିତିରିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଜିଲ୍ଲା ରେଡକ୍ରସ ର
ଉପସମ୍ପାଦକ ଶ୍ରୀ ଅଜିତ ପ୍ରସାଦ, ଲାଇଫ ମେମ୍ବର ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ଦୁର୍ଗା ମାଧବ ପଟେଲ,ଶ୍ରୀ ଲବଣିଧର ଦାନୀ, ଶ୍ରୀ ତାରାଚାନ୍ଦ ପଟେଲ,ଶ୍ରୀ ପିତାମ୍ବର ବେହେରା, ଶ୍ରୀ ଦିଲୀପ ପଣ୍ଡା, ଶ୍ରୀ ମନୋଜ ବାଦୀ, ଶ୍ରୀ ପ୍ରତାପ ତ୍ରିପାଠୀ,ଶ୍ରୀ ଯୁଧିଷ୍ଠିର ପ୍ରଧାନ, ଶ୍ରୀ କର୍ଣ୍ଣ ନାୟକ, ଶ୍ରୀମତୀ ସବିତା ପଟେଲ, ଶ୍ରୀ ଟଙ୍କଧର ରାଉଡିଆ, ଶ୍ରୀ ଅଭିଳାଷ ହୋତା, ଶ୍ରୀମତୀ ସରୋଜିନୀ ଗର୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ I

Leave A Reply

Your email address will not be published.