ରାଜନୈତିକ ଫାଇଦା ନଥିଲେ ବିଜେପି ନେତାଙ୍କ ପାଟି ଖୋଲେ ନାହିଁ: ବିଜେଡି

0
  •  ଛତିଶଗଡ ଦାୟିତ୍ୱରେ ଥାଇ ବ୍ୟାରେଜକୁ ବିରୋଧ କରିନଥିଲେ କେନ୍ଦ୍ରମନ୍ତ୍ରୀ

  •  ତକ୍ରାଳୀନ ଜଳସମ୍ପଦ ମନ୍ତ୍ରୀ ବି ଛତିଶଗଡ ସପକ୍ଷରେ ମତ ରଖିଥିଲେ

  •  ଓଡିଶା ବିରୋଧି ମନୋଭାଗ ଯୋଗୁଁ ଲଗାତାର ହାରୁଛି ବିଜେପି

ଭୁବନେଶ୍ୱର: ଆମେ ଜାଣୁ ଯେ ଓଡିଶା ବିଜେପି ଏବଂ ଏହାର କେନ୍ଦ୍ର ମନ୍ତ୍ରୀଙ୍କ ସମେତ ନେତାମାନେ ରାଜନୈତକ ଫାଇଦା ନଥିଲେ କଥା ହୁଅନ୍ତି ନାହିଁ । ଯେତେବେଳେ ଓଡିଶା କିମ୍ବା ୪.୫ କୋଟି ଓଡିଆଙ୍କ ସ୍ୱାର୍ଥ କଥା ଆସେ, ସେତେବେଳେ ଓଡିଶା ବିଜେପି କଦାପି ଓଡିଶା ପାଇଁ ଲଢେଇ କରୁଥିବା ଦେଖାଯାଏ ନାହିଁ । ବରଂ ଓଡିଶା ବିଜେପି, ଏହାର ନେତା ତଥା କେନ୍ଦ୍ରରେ ଥିବା ଓଡିଆ ମନ୍ତ୍ରୀମାନେ ଯଦି ରାଜନୈତିକ ଦୃଷ୍ଟିରୁ ଲାଭ ଥାଏ ତେବେ ଓଡିଶାକୁ ଅଧିକ କ୍ଷତି ପହଞ୍ଚାଇବାକୁ ପଛାଇ ନଥାନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ଗଣମାଧ୍ୟମକୁ ବିବୃତ୍ତି ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ସେମାନଙ୍କର ଏଭଳି ମାନସିକତାର ଏକ ଜୀବନ୍ତ ଉଦାହରଣ ୨୦୧୮ରେ ମହାନାଦୀ ପ୍ରସଙ୍ଗରେ ଦେଖିବାକୁ ମିଳିଥିଲା । ବିଜେପିର ଛତିଶଗଡ ସରକାର ମହାନଦୀ ଉପରେ ବେଆଇନ ଭାବେ ବ୍ୟାରେଜ୍ ନିର୍ମାଣ କରୁଥିଲା । ୨୦୧୮ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଥିବା ଜଣେ ଓଡିଆ କେନ୍ଦ୍ର ମନ୍ତ୍ରୀ ସେତେବେଳେ ଓଡ଼ିଶା ସପକ୍ଷରେ ତଥା ଛତିଶଗଡରେ ବିଜେପି ସରକାରଙ୍କ ବେଆଇନ କାର୍ଯ୍ୟ ବିରୁଦ୍ଧରେ କହିବା ପରିବର୍ତ୍ତେ ସେ ଛତିଶଗଡର ବିଜେପି ସରକାରଙ୍କ ପକ୍ଷ ରଖିଥିଲେ ।
ତକ୍ରାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ବୈଠକରେ ସେ ମଧ୍ୟ ଓଡିଶା ବିରୋଧରେ ପକ୍ଷର ରଖିଥିଲେ । ବୈଠକରେ କେନ୍ଦ୍ର ମନ୍ତ୍ରୀ ବିଜେପି ସରକାର ଏବଂ ଛତିଶଗଡର ପକ୍ଷ ରଖିଥିଲେ ଏବଂ ଓଡିଶାର ସ୍ୱାର୍ଥ ବିରୋଧରେ ଥିଲେ । ଏହା ପରେ ଯେତେବେଳେ ଓଡିଶା ମହାନଦୀ ଉପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ସ୍ଥିର କଲା ଏବଂ ଏହା ମହାନଦୀ ଟ୍ରିବ୍ୟୁନାଲ ଗଠନ କଲା, ସେତେବେଳେ ଓଡିଶା ବିଜେପି ଏହାକୁ ବିରୋଧ କରି ସେମାନଙ୍କର ଓଡିଶା ବିରୋଧି ମାନସିକତାକୁ ପ୍ରକାଶ କଲା ।
ଓଡିଶା ବିଜେପିର ଏଭଳି ମନୋଭାବ ହେତୁ ୨୦୧୯ ସାଧାରଣ ନିର୍ବାାଚନ ଏବଂ ୨୦୨୨ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଓଡିଶାବାସୀ ରାଜ୍ୟର ୩୦ ଟି ଯାକ ଜିଲ୍ଲାରେ ରାଜ୍ୟ ବିଜେପିକୁ ପରାସ୍ତ କରି ବିଜୁ ଜନତା ଦଳକୁ ବିଜୟୀ କରାଇବା ସହିତ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ।
ଓଡ଼ିଶା ବିଜେପି ରାଜ୍ୟବାସୀଙ୍କୁ ଆଇନହୀନ ବୋଲି କହି ଅପମାନିତ କରିଛି । ଯେତେବେଳେ ସମ୍ବଲପୁରରେ ଶାନ୍ତି ଆସେ, ସେତେବେଳେ ବିଜେପି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରେ । ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ଘଟିଥିବା ଧାରାବାହିକ ଦଙ୍ଗାକୁ ଦେଖିବା ପାଇଁ ବିଜେପି ଏହାର ତଥ୍ୟ ଅନୁସନ୍ଧାନକାରୀଦଳ ପଠାଇଥିଲେ ଠିକ୍ ହୋଇଥାନ୍ତା । ଓଡିଶାର ଲୋକମାନେ ଶାନ୍ତିପ୍ରିୟ; ଏହି ମନୋଭାବ ପାଇଁ ସେମାନେ ଓଡିଶା ବିଜେପିକୁ କଦାପି କ୍ଷମା କରିବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.