ଓଡ଼ଗାଁ,୨୮।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ କୋର୍ଟ ପରିସରରେ ବାର ଆସୋସିଏସନ୍ ତରଫରୁ ସଭାଗୃହରେ ସଭାପତି ମହେନ୍ଦ୍ର ବିଶ୍ବାଳଙ୍କ ପରିଚାଳନାରେ ଓକିଲ ଦିବସ ଓ ମଧୁବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଡିଜେ ମାନସ ରଞ୍ଜନ ରଥ, ସିଭିଲ ଜଜ ହରମୋହନ ଦାସ, ନ୍ୟାୟାଧିକାରୀ ସୁଧିବାଇ ଅଗ୍ରୱାଲ ଅତିଥି ଭାବେ ଯୋଗଦେଇ ଭାରତର ସ୍ବାଧୀନତା ସଂଗ୍ରାମ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା ହୋଇଥିଲା । ବରିଷ୍ଟ ଅଧିବକ୍ତା ଗୋବିନ୍ଦ ଚନ୍ଦ୍ର ସାହୁ, ଇନ୍ଦୁଭୁଷଣ ମିଶ୍ର, ପବିତ୍ର ମୋହନ ସାହୁ, ରବିନ୍ଦ୍ର ନନ୍ଦ ପ୍ରମୁଖ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ ବାର ଆସୋସିଏସନ୍ ସମ୍ପାଦକ ପାଣୁଚରଣ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବାର ଆସୋସିଏସନ୍ ସମସ୍ତ ଆଇନଜୀବୀ ମାନେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.