ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) ଆମ ଓଡ଼ିଶା ଓ ସମ୍ବାଦ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ସ୍ଵାଭିମାନ ଦିବସ କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପରମା ନାଏକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବର୍ଣ୍।ଢ଼୍ୟ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ ଓ କୁମାର ଭୋଇ ସମ୍ମାନିତ ଅତିଥି ରୂପେ ଜିଲ୍ଲା ଓକିଲ ସଂଘ ସଂପାଦକ ପ୍ରଫୁଲ୍ଲ କୁମାର ସାହୁ ଯୋଗଦାନ କରି ଥିବା ବେଳେ ଉତ୍ସବର ମୂଖ୍ୟବକ୍ତା ଭାବରେ ଶିକ୍ଷାବିତ ଡକ୍ଟର ଜ୍ୟୋତି ରଞ୍ଜନ ବହିଦାର ତଥା ସମ୍ମାନିତ ବକ୍ତା ଭାବରେ ଶିକ୍ଷକ ଅମ୍ବୁଜ ବିହାରୀ ଶତପଥୀ ଉପସ୍ଥିତ ରହିଥିଲେ । ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୀବନାଦର୍ଶ , ବ୍ୟକ୍ତିତ୍ଵ ଓ ସ୍ଵାଭିମାନ ସମ୍ପର୍କରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀ ମାନେ ନିଜ ନିଜର ସ୍ୱାତନ୍ତ୍ର୍ୟ ସୃଷ୍ଟି କରିବା ପାଇଁ ଅତିଥି ମାନେ ଆହ୍ଵାନ ଦେଇଥିଲେ । ସମ୍ବାଦ ର ଜିଲ୍ଲା ପ୍ରତିନିଧି ରତନ କୁମାର ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେସମାଜ ସେବୀ ଦୟାନିଧି ଦାଶ ଉପସ୍ଥିତ ରହି ସହାୟତା ଯୋଗାଇ ଦେଇଥିଲେ । ଶିକ୍ଷୟତ୍ରୀ ସ୍ମିତାରାଣୀ ନାଏକ ସଭା କାର୍ଯ୍ୟ ସଂଯୋଜନା କରିଥିଲେ । ବିଦ୍ୟାଳୟ ର ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯଥା ପ୍ରମୋଦ ସାହୁ,ୟୂସୁଫ୍ ଖାନ୍, ସଂଗୀତା ପ୍ରଧାନ,ରୀନା ବୁଡେକ, ସୁଜିତ ବିଶ୍ଵାଳ ଓ ସରୀତା ମେହେର ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.