ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ନବ ଉତ୍କଳର ନିର୍ମାତା , ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା , ଓଡ଼ିଶା ଭାଷା-ଭିତ୍ତିକ ରାଜ୍ୟ ଗଠନର ମୁଖ୍ୟ ବିନ୍ଧାଣୀ ତଥା ସ୍ଵାଧୀନ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲାସ୍ତରୀୟ ୧୩୨ ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ସ୍ଥାନୀୟ ବଜାର ଛକ ସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତି ଠାରେ ପାରଳା ମହାଦେଈ ସୁଶ୍ରୀ କଲ୍ୟାଣୀ ଗଜପତି , ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାରୀୟମ୍ ରଇତ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ଓ ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ , ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀ ଲେଙ୍କା ମଧୁ
ସମେତ ଉତ୍କଳ ସମ୍ମିଳନୀ କର୍ମକର୍ତ୍ତା , ଜିଲ୍ଲାସ୍ତରୀୟ ଅଧିକାରୀ ଗଣ , ସହରର ବିଭିନ୍ନ ଅନୁଷ୍ଠାନ ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପ ଓ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ପରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ମହାରାଜାଙ୍କ ସ୍ମୃତିସୌଧ ଠାରେ ପହଞ୍ଚି ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଶୋଭାଯାତ୍ରାରେ ସତ୍ୟ ସାଇ ବିଦ୍ୟା ବିହାର , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ବୀର ପାଇକ ଆଖଡ଼ା ଖଣ୍ଡା ସାଧନ ଦଳ ସାମିଲ ଥିଲେ।
ଶୋଭାଯାତ୍ରା ବେଳେ ମହାରାଜାଙ୍କ ପ୍ରତିମୂର୍ତ୍ତି ଠାରେ ବୀର ପାଇକ ଆଖଡ଼ା ଖଣ୍ଡା ସାଧନ ଦଳ ପକ୍ଷରୁ ଖଣ୍ଡା ଓ ବାଡ଼ି ବୁଲାଇବା ପ୍ରଦର୍ଶନ ଅନୁଷ୍ଠିତ ହେବା ସହ ସହରର ବଜାର ଛକ , ହାଇସ୍କୁଲ ଛକ ଓ ମହାରାଜାଙ୍କ ପ୍ୟାଲେସ ଠାରେ ମଧ୍ୟ ବୀର ପାଇକ ଆଖଡ଼ା ଖଣ୍ଡା ସାଧନ ଦଳ ପକ୍ଷରୁ ଖଣ୍ଡା ଓ ବାଡ଼ି ବୁଲାଇବା ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସନ୍ଧ୍ୟାରେ ପାରଳାଖେମୁଣ୍ଡି ସ୍ଥିତ ଟାଉନ୍ ହଲ୍ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ମହାଦେଈ ସୁଶ୍ରୀ କଲ୍ୟାଣୀ ଗଜପତି , ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଭାଷା ଭିତ୍ତିରେ ଓଡିଶା ପ୍ରଦେଶ ଗଠନ କରିବାରେ ମହାରାଜା ଅନ୍ୟତମ , ମହାରାଜା ଅଞ୍ଚଳ ପାଇଁ ବିକାଶର , ଉନ୍ନତି, ନିରପେକ୍ଷ ଭାବେ ରାଜ୍ୟ ଶାସନ ଏବଂ ସମସ୍ତଙ୍କୁ ନେଇ ବିକାଶ କରିବା ତାଙ୍କର ମୂଳମନ୍ତ୍ର ଥିଲା ଓ ଓଡ଼ିଆ ଜାତିକୁ ସର୍ବାଗ୍ରେ ପହଞ୍ଚାଇବା ସହ ଲୋକଙ୍କ ମଧ୍ୟରେ ଜନଜାଗରଣ ସୃଷ୍ଟି କରିବାରେ ମହାରାଜାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।
ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାରୀୟମ ରଇତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ପ୍ରମୁଖ ମଞ୍ଚାସୀନ ରହିଥିଲେ।
ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଅବସରରେ ପାରଳାଖେମୁଣ୍ଡି ସହରର ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା ଓ ଦେଶାତ୍ମକବୋଧ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।
ପରେ ପାରଳାର ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ , ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ନୃତ୍ୟଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।
ଏହି ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସମସ୍ତ କାର୍ଯ୍ଯକୁ ସହଯୋଗ କରିଥିବା ବେଳେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ , ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ବରିଷ୍ଠ ନାଗରିକ , ବୁଦ୍ଧିଜୀବି ସମସ୍ତ ସାମ୍ବାଦିକ ବନ୍ଧୁଗଣ ଓ ଜନସାଧରଣ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.