ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ଅବସରରେ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ସଙ୍ଗୀତ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ପାରଳା ଗଜପତି ବିକାଶ ମଞ୍ଚର ମିଳିତ ଆନୁକୁଲ୍ୟରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ନେତୃତ୍ବରେ ପାରମ୍ପରିକ ଭଜନ ସଙ୍ଗୀତ ଭକ୍ତି ନୈବେଦ୍ୟ ପରିବେଷଣ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଗୁରୁ ରଘୁନାଥ ପାତ୍ରଙ୍କ ସମେତ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଡାକ୍ତର ଚନ୍ଦନ ଗନ୍ତାୟତ , ଶର୍ମିଲା ସାମନ୍ତରା , ପ୍ରଭାତ ପାତ୍ର , ଶିବ ଶଙ୍କର ଷଡ଼ଙ୍ଗୀ , ଅଞ୍ଜଳି ପାତ୍ର ପ୍ରମୁଖ କଣ୍ଠଦାନ କରି ପ୍ରଶଂସିତ ହୋଇଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ , ସମ୍ମାନୀତ ଅତିଥି ଉତ୍କଳ ପ୍ରସଙ୍ଗ ସମ୍ପାଦିକା କସ୍ତୁରୀ ମହାପାତ୍ର , ମୁଖ୍ୟବକ୍ତା ଡ଼ା ରାମଚନ୍ଦ୍ର ମିଶ୍ର , ପାରଳା ଗଜପତି ବିକାଶ ମଞ୍ଚର ସମ୍ପାଦକ ଶ୍ରୀ ରାଜ କିଶୋର ପାଣିଗ୍ରାହୀ , ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ। ସେହିପରି ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ଵର ର ସମସ୍ତ ପାରଳାବାସୀ ଯୋଗ ଦେଇଥିଲେ।
ଏହି ଅବସରରେ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ କ୍ରିଏଟିଭ୍ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ , ଭକ୍ତି ସଙ୍ଗୀତ ସଂସଦ ସମସ୍ତ କର୍ମକର୍ତ୍ତା , ତରଙ୍ଗ ରଙ୍ଗ ନାଟ୍ୟ ଅନୁଷ୍ଠାନର ସଭାପତି ଦେବେନ୍ଦ୍ର ଦାସ , ପଦାମୃତ ନୃତ୍ୟାୟନ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଓ ପାରଳାର ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.