ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲର ୧ମ ବାର୍ଷିକ ଉତ୍ସବ ପାରଳାଖେମୁଣ୍ଡି ସ୍ଥିତ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ପବ୍ଲିକ ରେଲେସନ ଅଫିସର , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ , ଗଜପତିର ଏଲ୍.ଏ.ଡି. ପ୍ରସାଦ ରାଉଳଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଡଃ.ଆଲୋକ କୁମାର ବୋଷ , ଅଧ୍ୟକ୍ଷ , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ , ସମ୍ମାନୀୟ ଅତିଥି ରୂପେ ଶ୍ରୀ ମୋନଜ କୁମାର ପାଣି , ରାଜ୍ୟ କଡିନେଟର , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ , ଶ୍ରୀ ଜ୍ଞାନ ରଂଜନ ଜେନା , ସଭାପତି , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ , ଗଜପତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ସଦସ୍ୟ , ଓଡ଼ିଶା ସାହିତ୍ୟ ଏକାଡେମୀ , ଗଜପତି ପ୍ରମୁଖ ମଞ୍ଚାସୀନ ରହି ସୃଷ୍ଟି ହେଉଛି ବିଜ୍ଞାନ ଏବଂ ଅଖଣ୍ଡ ଶାନ୍ତିର ବିକାଶମୁଖି ଜିଲ୍ଲା ତଥା ରାଜ୍ୟର ସମସ୍ତ ବର୍ଗର ଲୋକମାନେ ମିଶି ଏହି ଅନୁଷ୍ଠାନର ଏକତା କୁ ଆଖିଆଗରେ ରଖି ବିକାଶ ପଥରେ ଯିବା ବଞ୍ଛନିୟ ବୋଲି ମୁଖ୍ୟବକ୍ତା କହିଥିଲେ।
ମୁଖ୍ୟ ଅତିଥି ଡଃ.ଆଲୋକ କୁମାର ବୋଷ ନିଜ ବକ୍ତବ୍ୟରେ କହିଥିଲେ ଆମ୍ଭେ ମାନେ ଯେତେ ଦିନ ଏକତା ସହ ହାତକୁ ହାତ ଧରି ଚାଲିନେ , ସେତେଦିନ ଯାଏଁ ଆମେ ସଫଳ ହୋଇନାହୁ। ଆଜି ର ଏ ପ୍ରଥମ ବର୍ଷର ସଫଳତା ମୋ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ସଭ୍ୟ/ସଭ୍ୟା ଙ୍କୁ ଏହାର ଶ୍ରେୟ ଦେବାକୁ ଚାହେଁ , ସେ ମାନଙ୍କ ଚେଷ୍ଟା ରେ ହିଁ ଆଜି ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ସଫଳତାର ଶୀର୍ଷ କୁ ଛୁଇଁ ପାରିଛି ।
ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ , ଗଜପତି , କୋରାପୁଟ , ମାଲକାନଗିରି ଆଦି ଅଞ୍ଚଳର ସଦସ୍ୟ ମାନେ ଉପସ୍ଥିତ ରହି ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲର କାର୍ଯ୍ୟକାରୀତା ଓ ତାହାର ସଫଳତା ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ଅବସରରେ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲର ଅଧ୍ୟକ୍ଷ ଡଃ. ଆଲୋକ କୁମାର ବୋଷ ଙ୍କ ଦ୍ୱାରା ଲିଖିତ ଓ ଅନୁବାଦ ହୋଇଥିବା ପୁସ୍ତକ ” ଧାରା” ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ପୁସ୍ତକ ” ଧାରା” ପ୍ରସ୍ତୁତିର ଉଦ୍ଦେଶ୍ୟ ହେଲା ଯେ, ୩୦ ଗୋଟି ଆର୍ଟିକଲକୁ ଇଂରାଜୀ , ଓଡ଼ିଆ ଓ ତେଲଗୁ ଭାଷାରେ ପ୍ରାଞ୍ଜଳ ଭାବେ ବୁଝାଇ ଦିଆଯାଇଛି। ଯେମିତି ପ୍ରତ୍ୟେକ ଲୋକ ନିଜ ନିଜ ଅଧିକାର କୁ ବୁଝି ପାରିବେ ଓ ନିଜ ଅଧିକାର ପାଇବା ସଂଘର୍ଷ କରିପାରିବେ ଏବଂ ଅନ୍ୟ ଅସହାୟ ଲୋକ ନିଜ ଅଧିକାର ପାଇବାରେ ସହଯୋଗ ହୋଇ ପାରିବ।
ଏହି ଅବସରରେ ନୂତନ ସଭ୍ୟ , ସଭ୍ୟାଙ୍କୁ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲର ପରିଚୟ ପତ୍ର ବଣ୍ଟନ କରାଯାଇଥିଲା।
ଲିଲି ସାହୁ , ଦିଳେଶ୍ୱର ମହାପାତ୍ର , ମୋହନ ମିଶାଲ , ପ୍ରବୀଣ ଲିମା , ମନୋରଞ୍ଜନ ନାୟକ , ବାବୁଲା ସାହୁ , ଦୀପିକା ବୀର ଜୟନ୍ତୀ ପଟ୍ଟନାୟକ , ସସ୍ମିତା ମିଶ୍ର , ଗିରିଶ ପାଢ଼ୀ , ପ୍ରଦ୍ୟମୁନୋ ପ୍ରଧାନ , ଦିଲ୍ଲୀପ ତନ୍ତୀ , ଡଃ.ଡି. ରବି , ଶଶାଙ୍କ ଶେଖର ସାବତ , ମୋନଜ ସାହୁଙ୍କ ସହ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ସଭ୍ୟ , ସଭ୍ୟା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.