ରାଇଘର /ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଠାରୁ ମାତ୍ର ୧୩ କିଲୋମିଟର ଦୂର କରଞ୍ଜିପାଣି ଗ୍ରାମରେ ରାସ୍ତା ନଥାଇ ଚାରିକାନ୍ଧରେ ବୁହାହେଲେ ରୋଗୀ ଚୈତନ ମୁଦୁଲି (50) | ତାଙ୍କୁ କାଠକୁ ଷ୍ଟ୍ରେଚର ଭଳି ବାନ୍ଧି ଆଉ ବନ୍ଧାଯାଇଥିବା ଏହି କାଠ ଷ୍ଟ୍ରେଚରରେ ରୋଗୀ ଚୈତନ କୁ ଚାରିକାନ୍ଧ ଦେଇ ବୋହି ବୋହି ତିନିକିଲୋମିଟର ଆଣିଲେ ଗ୍ରାମବାସୀ | ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଠାରେ ସୂଚନା ପ୍ରକାରେ କରଞ୍ଜିପାଣି ଗ୍ରାମର ଚୈତନ ମୁଦୁଲି(୫୦) ର ଦେହ ଅସୁସ୍ଥ ହେବାରୁ ସେ କ୍ବାକ ଠାରୁ କିଛି ଔଷଧ ମାଗି ଖାଇଥିଲେ।କିଛି ଘଂଟା ପରେ ଚୈତନ ସୁସ୍ଥ ଅନୁଭବ କରିଥିଲେ।ଗତ କାଲି ବିଳମ୍ବିତ ରାତିରେ ହଟାତ ଜ୍ଵର ହେବା ସହ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଲା।ତେବେ କରଞ୍ଜିପାଣି ଗ୍ରାମରେ କୌଣସି ନେଟୱର୍କ ନଥିବା ଯୋଗୁଁ ପରିବାର ଲୋକ ଗ୍ରାମ ଠାରୁ କିଛି ଦୂରରେ ଥିବା ପାହାଡ଼ ନିକଟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ନିଜ ସମ୍ପର୍କୀୟ ମାନଙ୍କୁ ଫୋନ କରିଥଲେ।ସମ୍ପର୍କୀୟ ଲୋକ ଆସିବା ପରେ ଏକ ବୋଲେର ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପାଇଁ ବୋଲେରକୁ ଖବର ଦେଇଥିଲେ।ତେବେ ବୋଲେର କରଞ୍ଜିପାଣି ଗ୍ରାମ ଅଭିମୁଖେ ବାହାରିଥିଲା।ତେବେ ହାତିବାଡି ଗ୍ରାମ ଠାରୁ ପ୍ରାୟ ଦୁଇ କିଲୋମିଟର ରାସ୍ତା ଯିବା ପରେ ରାସ୍ତା ନଥିବା ଯୋଗୁଁ ଆଗକୁ ଯାଇପାରି ନଥିଲା।ଶେଷରେ ପରିବାର ଲୋକ ଏହି ଖବର ପାଇବା ପରେ କୌଣସି ଉପାୟ ନପାଇ ଦୁଇଟି କାଠ ବଲାରେ ଛୋଟ ଛୋଟ କାଠ ପକାଇ ରୋଗୀକୁ ତିନିଟି ଛୋଟ ବଡ଼ ନାଳ ପାର କରି ବୋଲେର ଗାଡି ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ଦୂର ବହି ଆଣିଥିଲେ।ପରେ ବୋଲେର ଗାଡ଼ିରେ ରୋଗୀକୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Prev Post