ରାଇଘର/ନରସିଂ ବାଘ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରାଇଘର ହିନ୍ଦୁ ମହାସଂଘ :ଗତ ୧୨ ତାରିଖରେ ହନୁମାନ ଜୟନ୍ତୀ ସମାରୋହ ସମୟରେ ହନୁମାନ ଭକ୍ତଙ୍କ ଉପରେ କିଛି ନିର୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ରକ୍ତାକ୍ତ ଆକ୍ରମଣ ସହ ୧୪ ତାରିଖରେ ଜଣେ ବନବାସୀଙ୍କୁ ହତ୍ୟା ଘଟଣାକୁ ନିନ୍ଦା କରିଛି ରାଇଘର ହିନ୍ଦୁ ମହାସଂଘ। ଉକ୍ତ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସମଗ୍ର ହିନ୍ଦୁ ସଂଗଠନ। ଆଜି ଏନେଇ ରାଇଘର ର ସମଗ୍ର ହିନ୍ଦୁ ସଂଗଠନର ନେତୃତ୍ଵରେ ହିନ୍ଦୁ କର୍ମକର୍ତ୍ତା ଏକତ୍ରିତ ହୋଇ ରାଇଘର ବ୍ଲକ୍ ରେ ରାଜ୍ୟପାଳଙ୍କ ଉଦ୍ଦେଶ୍ଯରେ ରାଇଘର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ କର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ପତ୍ରରେ ପୋଲିସ ପ୍ରଶାସନର ଆଇନ ଶୃଙ୍ଖଳା ରକ୍ଷା ଦିଗରେ ଉଦାସୀନତା ଭାବ ପ୍ରଦର୍ଶନକୁ ତୀବ୍ର ନିନ୍ଦା କରାଯାଇଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ମୌଳବାଦୀଙ୍କୁ ଏହି କାର୍ଯ୍ୟରୁ ନିବୃତ୍ତ ରଖିବା ପାଇଁ କଠୋର ଆଇନ ପ୍ରଣୟନ ପାଇଁ ଦାବି କରାଯାଇଛି। ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ହିନ୍ଦୁ ମହାସଂଘ ଭବାନୀ ବାହିନୀ ରାଷ୍ଟ୍ରୀୟ ଅଧ୍ୟକ୍ଷା ଜୟଶ୍ରୀ ନାୟକ, ହିମାଂଶୁ ଶେଖର ବସନ୍ତିଆ,ପୂର୍ଣ୍ଣ ଚନ୍ଦ୍ର ଗଣ୍ଡ,ହିରନ୍ୟ ଗୌଡ଼, ଭୀମ ନାୟକ ଙ୍କ ସହ ଅନ୍ୟାନ୍ୟ ହିନ୍ଦୁ ସଂଘଠନ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post