ମାହାଙ୍ଗା : ବିଜେପି ଛାଡି ଶଙ୍ଖ ଧରିଲେ ମଉଦା ପଞ୍ଚାୟତର 2 ଶହ ରୁ ଊର୍ଧ୍ଵ କର୍ମୀ

0 3
  • ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ଓ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ମିଶିଲେ ବିଜେଡିରେ

  • ବରିଷ୍ଟ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କଲାପରେ କାର୍ଯ୍ୟକ୍ରମ ଆରମ୍ଭ କଲେ ବିଧାୟକ ପ୍ରତାପ ଜେନା l

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ମଉଦା ଗ୍ରାମ ପଞ୍ଚାୟତର 2 ଶହ ରୁ ଊର୍ଧ୍ଵ ବିଜେପି- କଂଗ୍ରେସ- ସ୍ୱାଧୀନ କର୍ମୀମାନେ ଅନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି l ଏହା ନେଇ ଏକ ମିଶ୍ରଣ ପର୍ବ ଏବଂ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ମାହାଙ୍ଗା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ମଉଦା ପଞ୍ଚାୟତ କ୍ଷେତ୍ରମଣୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ପ୍ରଥମେ ଉପସ୍ଥିତ ଥିବା ବରିଷ୍ଟ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଯାହାପାଇଁ ବରିଷ୍ଟ ନାଗରିକ ମାନେ ବିଧାୟକ ପ୍ରତାପ ଜେନାଙ୍କୁ ସାଧୁବାଦ ଜଣାଇଥିଲେ l ପରେ ପରେ ବିଜେଡି ରେ ଯୋଗଦାନ କରିଥିବା ସମସ୍ତ ବିଜେପି, କଂଗ୍ରେସ ଓ ସ୍ୱାଧୀନ କର୍ମୀମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ମଉଦା ଅଞ୍ଚଳର ସମସ୍ତ ଗ୍ରାମବାସୀ ହାତରେ ହାତ ମିଶାଇ କାର୍ଯ୍ୟ କରି ପଞ୍ଚାୟତ ର ବିକାଶମୂଳକ କାର୍ଯ୍ୟରେ ସାମିଲ ହେବା ପାଇଁ ମତବ୍ୟକ୍ତ ପ୍ରକାଶ କରିଥିଲେ l ଏପରିକି ବିଜୁ ଜନତା ଦଳ ଲୋକମାନଙ୍କ ପାଇଁ ବିକାଶମୂଳକ କାମ କରୁଛି ଏବଂ ଆଗକୁ ମଧ୍ୟ କରିବ, ବିଜୁ ଜନତା ଦଳ ସବୁବେଳେ କାମ ଉପରେ ବିଶ୍ଵାସ କରେ କଥାରେ ନୁହେଁ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଲକ ଅଧକ୍ଷା ଦୀପା ମଲିକ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ମିଶ୍ର, ବିଜେଡି ବ୍ଲକ ସଭାପତି ରାଜକିଶୋର ଜେନା, ଜିଲ୍ଲା ପରିଷଦ ସଭ୍ୟା ସୁସ୍ମିତା ଦାସ, ବିଜେଡି ପର୍ଯ୍ୟବେକ୍ଷକ ବିବେକାନନନ୍ଦ ସାମନ୍ତରାୟ, ସରପଞ୍ଚ ଚିନ୍ମୟୀ ବରାଳ, ସମିତିସଭ୍ୟ ଭାରତୀ ମିଶ୍ର, ପଞ୍ଚାୟତ ସଭାପତି ସୂର୍ଯ୍ୟ କୁମାର ଦିବେଦୀ, ପଞ୍ଚାୟତ ବିଜେଡି ପର୍ଯ୍ୟବେକ୍ଷକ ପ୍ରିତମ କାନୁନଗୋ, ସୋସିଆଲ ମିଡ଼ିଆ ସଂଯୋଜକ ଅନୁପମ ମିଶ୍ର, ସମୀର କୁମାର ସାହୁ, ତୁଷାରକାନ୍ତ ମିଶ୍ର, ମହେନ୍ଦ୍ର ଦାଶ ଙ୍କ ସମେତ ବହୁ ବିକେଡ଼ି କର୍ମୀ ଏବଂ ମାଆ ଭଉଣୀମାନେ ବହୁ ସଂଖ୍ୟା ରେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l ବିଜେଡି ରେ ଯୋଗଦାନ କରିଥିବା ସମସ୍ତ କର୍ମୀମାନେ ଆଗାମୀ ଦିନରେ ବିଜେଡି କୁ ବିଜୟୀ କରାଇବା ପାଇଁ ଶପଥ ଗ୍ରହଣ କରିଥିଲେ l

 

Leave A Reply

Your email address will not be published.