ବରପାଲି : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପାଲି ବ୍ଲକ କୁମ୍ଭାରୀ ଗ୍ରାମରେ ନାମଯଜ୍ଞ ଅବସରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂହ, ସମ୍ମାନିତ ଅତିଥି ଭାବରେ ବିଜେଡି ନେତା ପ୍ରଭାତ ଆଦିତ୍ୟ ମିଶ୍ର, ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇ ନାମଯଜ୍ଞ ଠାରେ ପ୍ରଭୁ ଙ୍କ ଦର୍ଶନ କରିବା ସହ ବିଶ୍ଵ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ତାଙ୍କ ସହ କୁମ୍ଭାରୀ ପେକ୍ସ ସଭାପତି ପ୍ରଫୁଲ୍ଲ ପ୍ରଧାନ, ବରପାଲି ପେକ୍ସ ସଭାପତି ଗୁରୁ ମେହେର, ଆଗଳପୁର ପେକ୍ସ ସଭାପତି ଶ୍ରୀ ବିରୋସେନ୍ ସାହୁ, ପୁର୍ବତନ ସରପଞ୍ଚ ଶ୍ରୀ ରବି କର୍ତ୍ତି,ପୂର୍ବତନ ସରପଂଚ ବିଶି ବାବୁ ପଞ୍ଚାୟତ ର ୱାର୍ଡ ମେମ୍ବର ଗଣ, ସମାଜ ସେବୀ ଶ୍ରୀ ରାଧେ ନାଏକ,ଗୁରୁବାରୁ ପ୍ରଧାନ,ରେମତା ସରପଞ୍ଚ ବିନୟ ପ୍ରଧାନ,ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ରୀ ସିଂହ ଙ୍କ ଏହି ଗ୍ରସ୍ତ ସମୟରେ କୁମ୍ଭାରି ଗ୍ରାମର ଗ୍ରାମବାସୀ ଗଣ ତାଙ୍କୁ ଅଭୂତପୂର୍ଣ୍ଣ ସ୍ବାଗତ ସମ୍ବର୍ଦ୍ଧନା କରିବା ସଙ୍ଗେ ସଙ୍ଗେ ଗ୍ରାମର ଡାକ୍ତରଖାନା, କେନାଲ ପାଣି,ବଜାର ପ୍ରାଙ୍ଗଣ ର ଉନ୍ନତିକରଣ, ବଡ଼ ବନ୍ଧ ର ସଫେଇକରଣ, ସୋନ୍ଦର୍ୟ୍ଯିକରଣ,କଳା ଗ୍ରାମ ର ଉନ୍ନତି କରଣ, ପାର୍କ ନିର୍ମାଣ ପ୍ରମୁଖ ବିଭିନ୍ନ ସମସ୍ୟା ମାନ ଜଣାଇଥିଲେ l ମାନ୍ୟବର ବିଧାୟକ ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କୁ ଜଣାଇ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.