ବରଗଡ : ବରଗଡ ଜିଲ୍ଲା ପାଇକମାଳ ବ୍ଲକ୍ ଅନ୍ତର୍ଗତ କେରମେଲାବାହଲ ପଞ୍ଚାୟତ ହରଡାଟାଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସର ରେ ପାଇକମାଳ ପୋଲିସ ପକ୍ଷରୁ ଏକ ଜନସର୍ମ୍ପକ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ ଏସପି ପ୍ରହଲାଦ ସହାୟ ମୀନା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପଦ୍ମପୁର ଏସଡିପିଓ ବିଭୁତି ଭୁଷଣ ଭୋଇ ଯୋଗ ଦେଇଥିଲେ । ଏହି ଅବସର ରେ ଅନୁଷ୍ଠିତ ସ୍ବାସ୍ଥ୍ଯ ଶିବିର ରେ ଡା.ଶିବ ଶଙ୍କର ସାହୁ ଯୋଗ ଦେଇ ୧୪୩ ଜଣଙ୍କ ସ୍ବାସ୍ଥ୍ଯ ପରିକ୍ଷା କରି ମାଗଣାରେ ଓୌଷଧ ବଣ୍ଟନ କରିଥିଲେ । ପ୍ରେମଚାନ୍ଦ ନାୟକ, ଦେବାନନ୍ଦ ସାହୁ ଓୌଷଧ ବଣ୍ଟନରେ ସାହାର୍ଯ୍ୟ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଗ୍ରାମର ଅସହାୟ ବ୍ୟକ୍ତି ବିଶେଷ ଓ ଛାତ୍ର ଛାତ୍ରୀମାନଙ୍କୁ ଖାତା, କଲମ, ପେନସିଲ, କମଳ, ଛତା, ଶାଢୀ, ଲୁଙ୍ଗୀ, ଧୋତୀ, ଲାଇଟ ଆଦି ଖେଳ ସାମଗ୍ରୀ ଅତିଥି ମାନଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା । ଏହା ପରେ ଭେଙ୍ଗରାଜପୁର ପଞ୍ଚାୟତ ସଦାନନ୍ଦପୁର ଗ୍ରାମରେ ଅନୁଷ୍ଠିତ ଜନସର୍ମ୍ପକ ଶିବିର ରେ ମୁଖ୍ୟ ଅତିଥି ଭାବେ ବରଗଡ ଏସପି ଶ୍ରୀ ମୀନା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସର ରେ ଅନୁଷ୍ଠିତ ସ୍ବାସ୍ଥ୍ଯ ଶିବିର ରେ ୧୭୭ ଜଣ ଙ୍କ ସ୍ବାସ୍ଥ୍ଯ ପରିକ୍ଷା କରି ମାଗଣାରେ ଓୌଷଧ ବଣ୍ଟନ କରାଯାଇଥିଲା । ଏଠାରେ ମଧ୍ୟ ଗ୍ରାମର ଅସହାୟ ବ୍ୟକ୍ତି ବିଶେଷ ଓ ଛାତ୍ର ଛାତ୍ରୀମାନଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିଲେ । ସଦାନନ୍ଦପୁର ଗ୍ରାମର ବୟଜେଷ୍ଟ ବ୍ୟକ୍ତି ନିରଞ୍ଜନ ଗହିର ସଭାପତିତ୍ବ କରିଥିବା ବେଳେ କାର୍ଯ୍ୟକ୍ରମକୁ ପାଇକମାଳ ଥାନା ଆଇଆଇସି ସୁଶାନ୍ତ କୁମାର ବଢେଇ ପରିଚାଳନା କରିଥିବା ବେଳେ ଏସ ଆଇ ବିମଲ ଲାକ୍ରା, ସୁଶାନ୍ତ ପଣ୍ତା, ଏଏସଆଇ ମୋହନ ବାଗ, ବିଜୟ କନ୍ଦେର ହାବିଲଦାର ନିରାକାର ତାଣ୍ତି ପ୍ରମୁଖ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post