ବେଆଇନ ମହୁଲ ଚାଲାଣ ବେଳେ ପିକଅପ ଜବତ l

0 2

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପାଇକମାଲ ଅବକାରୀ ବିଭାଗ ର ଏକ ଟିମ ଓଡିଶା ଛତିଶଗଡ଼ ସୀମା ଝାରବନ୍ଧ ଥାନା ଭଣ୍ଡାରପୁରୀ ଗ୍ରାମ ପଞ୍ଚାୟତ ର ଜାମପାଲି ଗ୍ରାମ ରୁ ବେଆଇନ ଭାବେ ଚାଷୀ ମାନଙ୍କ ଠାରୁ ସଂଗ୍ରହ କରି ମହୁଲ ଫୁଲ ଛତିଶଗଡ଼ ରାଜ୍ୟ କୁ ଚାଲାଣ ହେଉଥିବା ଖବର ପାଇ ବରଗଡ଼ ଅବକାରୀ ଅଧିକ୍ଷକ ସୁବନ କୁମାର ନାଏକ ଙ୍କ ନିର୍ଦେଶ କ୍ରମେ ତଥା ରଶ୍ମିତା ଲାକ୍ରା ଅବକାରୀ ଇନିସ୍ପେକଟର ପଦ୍ମପୁର ଙ୍କ ତତ୍ୱାବଧାନ ରେ ମହୁଲଫୁଲ ଭର୍ତି ମହିନ୍ଦ୍ରା ପିକଅପ ଭର୍ତ୍ତି ଗାଡି CG06GQ1888 କୁ ଧରିଥିଲେ l ବେଆଇନ ଭାବରେ ମହୁଲଫୁଲ କିଣି ଉକ୍ତ ଜାମପାଲି ଗ୍ରାମ ରୁ ଆଣୁଥିବା ବେଳେ ଅଭିଯୁକ୍ତ ଜଗଦଲପୁର ଥାନା କୁମୀର ପଞ୍ଚୟତ ର କୁମୀର ଗ୍ରାମ ର ଦୟା ସାହୁ କୁ ଅବକାରୀ ବିଭାଗ ଗିରଫ କରିଛି l ବୈଦ୍ୟୁତିକ ମାପ ଓଜନ ମେସିନ ଏବଂ 10 କୁଇଣ୍ଟାଲ 20 କେଜି ମହୁଳଫୁଲ ମହିନ୍ଦ୍ରା ପିକଅପ ଗାଡିକୁ ଅବକାରୀ ବିଭାଗ ଜବତ କରିଛି l ପାଇକମାଲ ଅବକାରୀ ଥାନା ଆଇ ଆଇ ସି ସିଦ୍ଧାନ୍ତ ପାତ୍ର ଙ୍କ ସହିତ ଏହି ଚଢ଼ାଉ ରେ ଏ ଏସ ଆଇ ରାଜକୁମାର ବେହେରା, କେନାଲୁ ଭୋଇ, ତାରାକାନ୍ତି ଭୁଆଁ, ପ୍ରେମାନନ୍ଦ ବିଶ୍ୱାଳ, ଦୟାନିଧି କଣ୍ଟା ପ୍ରମୁଖ ସାମିଲ ଥିଲେ l

Leave A Reply

Your email address will not be published.