ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ଡଃ. ବି. ଆର୍. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି I ସ୍ଥାନୀୟ ସଦଭାବନା ଭବନ ଠାରେ ଆୟୋଜିତ ଏହି କାର୍ଯକ୍ରମରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବି ନାରାୟଣ ସାହୁ ଭାରତୀୟ ସମ୍ବିଧାନ ପ୍ରତି ଡଃ. ଆମ୍ବେଦକର ଙ୍କ ଅବଦାନ ଉପରେ ନିଜର ଅଭିଭାଷଣ ରଖିଥିଲେ I ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ଶ୍ରୀ ଅଭିମନ୍ୟୁ ବେହେରା ଡଃ. ଆମ୍ବେଦକରଙ୍କ ସ୍ମୃତି ଚାରଣ କରିବା ସହିତ ସେହି ମହାନ ଆତ୍ମାଙ୍କର ଜୀବନଦର୍ଶନ ରେ ଅନୁପ୍ରାଣିତ ହେବାକୁ ଆହ୍ଵାନ ଦେଇଥିଲେ I ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ ଡଃ. ଆମ୍ବେଦକର ଶିକ୍ଷା କୁ ଆୟୁଧ କରି କିଭଳି ଭାବେ ସମାଜରୁ ଛୁଆଁ ଅଛୁଆଁ ଭେଦଭାବ ଦୁରୀକରଣ ନିମନ୍ତେ ବଦ୍ଧପରିକର ଥିଲେ ସେ ସମ୍ପର୍କରେ ନିଜ ବକ୍ତବ୍ଯରେ ପ୍ରକାଶ କରିଥିଲେ I
କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ର ଅତିଥି ଅଧ୍ୟାପିକା ଶ୍ରୀମତୀ ସୁସ୍ମିତା ଭୋଇ ମୁଖ୍ୟ ବକ୍ତା ଭାବେ ଡଃ ଆମ୍ବେଦକର ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ଏବଂ ଭାରତୀୟ ସମ୍ବିଧାନ ପ୍ରଣୟନ, ସମାଜରୁ କୁସଂସ୍କାର ତଥା ଅସ୍ପୃଶ୍ୟତା ଦୂରୀକରଣ ସହ ଏକ ସୁସ୍ଥ ସମାଜ ଗଠନ କରିବା ରେ ତାଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ I ସେ ସର୍ବଦା ଏପରି ଏକ ସମାଜ ର ପରିକଳ୍ପନା କରିଥିଲେ ଯେଉଁଠାରେ କି ସମାଜ ର ପ୍ରତ୍ୟେକ ନାଗରିକ ସମାନ ସୁବିଧା ସୁଯୋଗ ପାଇପାରିବେ ଏବଂ ସମାନ ଅଧିକାର ପାଇପାରିବେ I
କାର୍ଯ୍ୟକ୍ରମରେ ଶ୍ରୀ ବିଦ୍ୟାଭୂଷଣ ଶାସନୀ, ରାମେଶ୍ୱର ଟପ୍ପୋ, ଶ୍ରୀ ସିଲବେଷ୍ଟର ତିର୍କୀ, ଶ୍ରୀ ଗୋପ କୃଷ୍ଣ ନାୟକ, ଶ୍ରୀ ବିବିଧ ବିଶ୍ଵ, ବିଦ୍ୟାଳୟର ଛାତ୍ରମାନେ ଆଦି ଯୋଗ ଦେଇଥିଲେ ଏବଂ ଡଃ. ଆମ୍ବେଦକର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ସ୍ମୃତି ଚାରଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Next Post