ଯୋଡା(ପାର୍ଥ ସାରଥି ଷଡ଼ଙ୍ଗୀ): ଟାଟା ଷ୍ଟିଲ ଯୋଡା ପକ୍ଷରୁ ଓଡ଼ିଆ ନବବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି ମହାଆଡମ୍ବର ରେ ପାଳିତ ହୋଇଯାଇଛି I ଏହି ଅବସରରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା I
ଏହି ଉତ୍ସବରେ ଯୋଡା ପୌରପାଳିକା ର ନଗରପାଳ ଜଗଦୀଶ ପ୍ରସାଦ ସାହୁ ମୁଖ୍ୟ ଅତିଥି ଏବଂ ଯୋଡା ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ମୃଦୁଳI ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ I
ନିଜ ସମ୍ଭାଷଣରେ ଜଗଦୀଶ ପ୍ରସାଦ ସାହୁ କହିଲେ” ଓଡ଼ିଆ ନୂଆବର୍ଷର ପ୍ରଥମ ଦିନ କୁ ଆମେ ପଣାସଂକ୍ରାନ୍ତି ଭାବରେ ପାଳନ କରୁ I ଏହି ଦିନ ଆମ ଘରେ ଘରେ ପଞ୍ଜିକା ର ପ୍ରଚଳନ ମଧ୍ୟ ଆରମ୍ଭ ହୁଏ I ଏହି ପଞ୍ଜିକା ରେ ସାରା ବର୍ଷ ର ଭଲ ମନ୍ଦ ଦିନ ସହ ଶୁଭ ସମୟ, ଗ୍ରହ ଚଳନ ମଧ୍ୟ ଦର୍ଶା ଯାଇଥାଏ I
ମୃଦୁଳI ମହାନ୍ତି କହିଲେ, “ବିଶ୍ବାସ ଅଛି, ଆମେ ଏହି ଦିନ ପିଉ ଥିବା ପଣା, ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦ୍ଵାରା ସ୍ରୁଷ୍ଟି ଯାହା ଅତ୍ୟନ୍ତ ଖରା ରୁ ଆମ କୁ ରକ୍ଷା କରେ I ଏହି ପାନୀୟ ରେ ମିଶିଥିବା ବିଭିନ୍ନ ସାମଗ୍ରୀ ଆମ ଦେହ ରୁ ଜଳୀୟ ଅଂଶ କୁ କମିବାକୁ ଦିଏ ନାହିଁ I”
ସଭା ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I କୁନିକୁନି ପିଲାଙ୍କ ଦ୍ଵାରା ପ୍ରଦର୍ଶିତ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା I ଓଡିଶୀ, ଆଧୁନିକ ଏବଂ ଆଦିବାସୀ ନୃତ୍ୟ ର ତାଳେ ତାଳେ ଦର୍ଶକ ଝୁମି ଥିଲେ I ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ସମସ୍ତ ପିଲା ମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରଯାଇଥିଲା I
କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ସ୍ଵାଦିଷ୍ଟ ପଣା ବଣ୍ଟନ କରାଯାଇଥିଲା I