ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର,ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ।

0 2

କାମାକ୍ଷାନଗର(ରିତେଶ ବ୍ରହ୍ମା): କାମାକ୍ଷାନଗର-ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ। ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସୁଚନା ମୁତାବକ ତୁମୁଶିଙ୍ଗା ଥାନା ଅଁଳାବେରେଣି ଗ୍ରମ ହରିଜନ ସାହିରେ ଦିନ ପ୍ରାୟ ୧୧ ଟା ବେଳକୁ ଭୟାବ ଅଗ୍ନୀକାଣ୍ ଘଟିଯାଇଛିଟ। ଅଗ୍ନୀସମ ବାହିନୀ ପହଞ୍ଚି ନିଆଁକୁ ଆୟତ କଲାବେଳକୁ ଗ୍ରାମର ଭିମସେନ ନାୟକଙ୍କ ୨ ବଖରା ଓ ବିଷ୍ଣୁସେନ ନାୟକଙ୍କର ୨ ବଖରା ଘର ପୋଡି ସମ୍ପୂର୍ଣ ପାଉଁଶ ହୋଇଯାଇଛି। ଏହାସହ ତାଙ୍କର ଥିବା ଆସବାବପାତ୍ର,ଧାନ ଚାଉଳ ଓ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଅଗ୍ନୀକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଏହା ବିଦ୍ବୁତ ସଟସର୍କିଟଯୋଗୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। ଅଗ୍ନିବିପନ୍ନଙ୍କୁ ପଞ୍ଚାୟତ ତରଫରୁ ସୁଖିଲା ଖାଦ୍ୟ ଦେବା ସହ ସଙ୍ଗେ ସଙ୍ଗେ ପାଲ ବ୍ୟବସ୍ଥା କରାଯିବ ଓ ରାଜସ୍ବ ନିରିକ୍ଷକ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିବା ପରେ ସରକାରଙ୍କ ଯାହା ସହାୟତା ମିଳିବାକଥା ସବୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅଁଳାବେରେଣି ସରପଞ୍ଚ।

Leave A Reply

Your email address will not be published.