ବଡ଼ବିଲରେ ଗୁଳିକାଣ୍ଡ : ଓଏମଡିସି କର୍ମଚାରୀ ନିହତ

0

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ସ୍ଥିତ ଓଏମଡିସି କମ୍ପାନୀର ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ବଡ଼ବିଲ ଦଲକି ବସ୍ତିର ଦୁଃଶାସନ ବାରିକ। ଶନିବାର ସକାଳେ ତାଙ୍କର ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି ।
ବଡ଼ବିଲ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବାର ଜଣାପଡିଛି। ତେବେ ପାରିପାର୍ଶ୍ଵିକ ପରିସ୍ଥିତିରୁ କେହି ତାଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିବା ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ବଡ଼ବିଲ ଦାମୁ ହଟିଂ ପାଖ ଇଲେକ୍ଟ୍ରି ଗ୍ରୀଡ଼ ନିକଟରେ ଦୁଃଶାସନଙ୍କ ମୃତଦେହ ପଡିଥିବାର ଲୋକେ ଦେଖିବାକୁ ପାଇଥିଲେ। ମୃତଦେହ ନିକଟରେ ୨ଟି ଖୋକା ପଡ଼ିଥିବା ବେଳେ ୩ଟି ଖାଲି ବିୟର ବୋତଲ ମଧ୍ୟ ପଡ଼ିଛି । ଘଟଣାର ପ୍ରାୟ ୨ ଶହ ମିଟର ଦୂରରେ ମୃତ ଦୁଃଶାସନଙ୍କ ବାଇକ୍ ଏକ ଗଛ ନିକଟରେ ଛିଡା ହୋଇଥିବା ଦେଖିବାକୁ ମିଳିଛି ।
ପରିବାର ଲୋକଙ୍କ କହିବା ଅନୁସାରେ ଗତକାଲି ସନ୍ଧ୍ୟାରେ ଦୁଃଶାସନ ଡ୍ୟୁଟି ସାରି ଘରକୁ ଫେରି ନଥିଲେ। ଏଭଳି ସ୍ଥିତିରେ ଆଜି ସକାଳୁ ତାଙ୍କର ମୃତଦେହ ପଡ଼ିଥିବା ନେଇ ପରିବାର ଖବର ପାଇଥିଲେ। ତେବେ ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ବଡ଼ବିଲ ଥାନା କେସ ନଂ ୧୦୯/୨୩ ରେ ଏକ ମାମଲା ରୁଜ୍ଜୁ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.