ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ହାସ୍ୟ ଦିବସ ଉପଲକ୍ଷେ ମଇ ୭ ତାରିଖ ୨୦୨୩ (ରବିବାର) ସନ୍ଧ୍ୟା ୭ଟା ସମୟରେ ପୁରୁଣାସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପରେ ‘ହସି-ହସାଅ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏପରି ଏକ ମନମତାଣିଆ ଉତ୍ସବରେ ଓଡ଼ିଶାର ପ୍ରତିଷ୍ଠିତ ବ୍ୟଙ୍ଗକାର ତଥା ବ୍ୟଙ୍ଗବାଗୀଶ ଶ୍ରୀଯୁକ୍ତ ସତ୍ୟାନାଶଙ୍କୁ ରାଜ୍ୟସ୍ତରୀୟ ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ ସମେତ ନଗଦ ୨୧ହଜାର ଟଙ୍କାର ଅର୍ଥରାଶି, ଉପାୟନ ଏବଂ ମାନପତ୍ର ପ୍ରଦାନ କରାଯିବ । ଉକ୍ତ ସୁନ୍ଦର ସନ୍ଧ୍ୟାକୁ ମଧୁମୟ କରିବା ନିମନ୍ତେ ଓଡ଼ିଶାର ବିଶିଷ୍ଟ ହାସ୍ୟବ୍ୟଙ୍ଗର ଧୂରୀଣ କଳାକାର ମାନଙ୍କ ଦ୍ଵାରା ଆୟୋଜିତ ହସି-ହସାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଡ ନିର୍ମଳ ଶୁରଦେଓ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.