ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବଡ ରାଧାକାନ୍ତ ମଠ ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ମଞ୍ଚ ଉପଦେଷ୍ଟା ଶ୍ରୀ ଶିବରାମ କ୍ରିଷ୍ଣା , ସମ୍ପାଦକ ହରିମୋହନ ପଟ୍ଟନାୟକ , ଉପସଭାପତି ଶ୍ରୀରାମଚନ୍ଦ୍ର ପାଢ଼ୀ , ସମୀକ୍ଷକ ଜଗଦୀଶ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।
କୋଷାଧ୍ୟକ୍ଷଙ୍କ ଅନୁପସ୍ଥିତରେ ସଂପାଦକ ବିବରଣୀ ପାଠ କରିଥିଲେ। ଦିବଂଗତ ସଦସ୍ୟ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଦସ୍ୟ ମାନେ ଜିଲ୍ଲା ପ୍ରଶାସନକୁ ଗୃହ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।
ଏକ ଦଳ ଯାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କୁ ଦେଖା କରି ଟ୍ରାଫିକ ସମସ୍ୟା ଯୋଗୁଁ ହଇରାଣ ହେଉଥିବା ନାଗରିକଙ୍କ କଷ୍ଟ , ପୋଲିସ ପରିଚୟ ପତ୍ରପ୍ରଦାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିବେ। ସୀତା ସାଗର ଓ ରାମ ସାଗରର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଗଲା।
ଫରେଷ୍ଟ ଗେଟ୍ ଠାରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଘୋଡ଼ା ଚଢ଼ା ପ୍ରତିମୂର୍ତ୍ତିର ସ୍ଥାପନ ପାଇଁ ପୂର୍ବରୁ ଦିଆଯାଇ ଥିବା ପ୍ରତିଶୃତିକୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଗଲା। ଦୁଇ ଜଣ ବର୍ଷିୟନ ବରିଷ୍ଠ ନାଗରିକ ଶ୍ରୀ ରବୀନ୍ଦ୍ର ଦାସ ଓ ହରେ କୃଷ୍ଣ ପାତ୍ରଙ୍କୁ ସମ୍ମାନ ପ୍ରଦାନ କରାଯାଇଛି।
କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଗୁଣୁପୁର ଠାରୁ ହାଇଦ୍ରାବାଦ ଓ ହାୱଡା କୁ ଟ୍ରେନ ଏକ୍ସପ୍ରେସ ଚଲାଇବାକୁ ଅନୁରୋଧ କରାଗଲା। ଶେଷରେ ଉପସଭାପତି ଶ୍ରୀ ରାମଚନ୍ଦ୍ର ପାଢ଼ୀ ସମସ୍ତ ସଦସ୍ୟ ଓ ସଦସ୍ୟା ତଥା ମଠର ପରିଚାଳକ ମାନଙ୍କୁ ଧନ୍ୟବାଦ ଦେଇଥିଲେ।
ଏହି ସଭାକୁ ଶ୍ରୀ ସତ୍ୟବାଦୀ ପାତ୍ର , ଲବଜେନା ଆଦି ପରିଚାଳନା କରିଥିଲେ।

Leave A Reply

Your email address will not be published.