ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୁତୁଲୀପଙ୍କା ଗ୍ରାମର ଗୋଟିଏ ପରିବାରର ୩ଜଣ ବାଘୁଡ଼ା ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତିି। ବାଘୁଆ ମହୁମାଛିର ଆକ୍ରମଣର ଶିକାର ହୋଇଛନ୍ତି ବାପା ଗେର୍ଗାରି ନାୟକ, ମା ସୁଷମା ନାୟକ ଏବଂ ପୁଅ ପ୍ରଫୁଲ୍ଲ ନାୟକ l ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଚିକିତ୍ସା ନିମନ୍ତେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି l ସୂଚନା ଯୋଗ୍ୟ ଗୁରୁବାର ସକାଳୁ ଜାଳେଣି କାଠ ସଂଗ୍ରହ ପାଇଁ ନିକଟ ଜଙ୍ଗଲକୁ ଯାଇଥିଲେ l କାଠ ସଂଗ୍ରହ ବେଳେ ହଠାତ ଏକ ଗଛରୁ କିଛି ବାଘୁଆ ମହୁମାଛି ସମସ୍ତଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ଯାହାଫଳରେ ମାର ଅବସ୍ଥା ଗୁରୁତର ଥିବା ବେଳେ ବାପା ଏବଂ ପୁଅର ଅବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି l