ପୁଣି ଜଣେ ଦରଦୀ ଅଭିଭାବକର ପରିଚୟ ଦେଲେ ବିଧାୟକ ସୁଶାନ୍ତ ସିଂହ

0

https://youtu.be/ybuiQ7SZORs

ଆଉ ଏକ ଅନାଥ ଝିଅଙ୍କ ସମ୍ପନ୍ନ କରାଇଲେ ବାହାଘର

ବରଗଡ :- ଏଇ ଗତ କିଛି ଦିନ ତଳେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ରେ ଜଣେ ମାଁ ବାପା ଛେଉଣ୍ଡ ଝିଅର ବାହାଘରେ ଝିଅ ପାଇଁ ଆବଶ୍ୟକ ଥିବା ଘର କରଣା ପାଇଁ ଆବଶ୍ୟକ ସମସ୍ତ ଜିନିଷ ପ୍ରଦାନ ଜରିବା ସହିତ ପରମ୍ପରା ଅନୁସାରେ ବିବାହ ଭୋଜି ପାଇଁ ଆର୍ଥିକ ସହାୟତା କରି ନିଜର ଦେଇଥିବା କଥା ରଖି ଗାଇସିଲେଟ ଅଞ୍ଚଳରେ ସମସ୍ତ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଥିଲେ ବରଗଡ଼ ଜିଲ୍ଲାର ସର୍ବାଧିକ ଲୋକପ୍ରିୟ ନେତା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ । ଠିକ ସେହିଭଳି ଏକ ଘାଟଣା ଆଜି ମଧ୍ୟ ଦେଖିବାକୁ ମିଳିଛି । ଗତ କାଲି ବିଧାୟକ ସୁଶାନ୍ତ ସିଂହଙ୍କୁ ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ବରପାଲି ବ୍ଲକ ର ବାରଙ୍ଗପାଲି ଅଂଚଳର ମହିଳା ମାନେ ଆସି ତାଙ୍କୁ ଜଣାଇଲେ କି ଆଜି ଗୋଟେ ଅନାଥ ଝିଅ ର ବାହାଘର ଅଛି | ଆପଣ ଆସି ଟିକେ ବାହାଘର ପାଇଁ ଅନାଥ ଝିଅ କୁ ସାହାଯ୍ୟ କରନ୍ତୁ । ଏକଥା ଜାଣିବା ପରେ ଏକ ନାମଯଜ୍ଞ ଉତ୍ସବ ରେ ଯୋଗଦେବାକୁ ଆସିଥିବା ବିଧାୟକ ଶ୍ରୀ ସିଂ ନାମଯଜ୍ଞ ମଣ୍ଡଳୀରେ ପୂଜାପାଠ ସାରି ତୁରନ୍ତ ପହଂଚିଥିଲେ ସେ ବାପ ମାଆ ଛେଉଣ୍ଡ ଝିଅଟି ରହୁଥିବା ଏକ ଚାଲଛପର ଘରକୁ | ଝିଅ ସହିତ ଦେଖା କରି ବୁଝିଲେ ତା କଥା । ସଙ୍ଗେ ସଙ୍ଗେ ଭୋଜି ପାଇଁ କିଛି ଅର୍ଥ ସାହାଯ୍ୟ କରିଥିଲେ | ଆସନ୍ତା କାଲି ନିତ୍ୟ ବ୍ୟବୃହୁତ ସାମଗ୍ରୀ ପଠାଇ ଦେବି ବୋଲି ପ୍ରତିଶ୍ରୁତି ଦେଇଥିଲେ ଆଜି ସକାଳୁ ତା ଘରକୁ ସମସ୍ତ ବାହାଘର ସମ୍ବନ୍ଧୀୟ ଆସବାବ ସାମଗ୍ରୀ ସମେତ ପ୍ରତ୍ୟେକ ଟି ସାମଗ୍ରୀ ଯେମିତି ଗୋଟେ ବାପା ତାର ଝିଅକୁ ଦେବା ପାଇଁ ଇଚ୍ଛା କରିଥାଏ , ସେ ସବୁ ସାମଗ୍ରୀ ଝିଅ ପାଖକୁ ପଠାଇ ଦେଇଥିଲେ । ଏହି ଝିଅକୁ ଯେମିତି କୋଣସି ଅବଶୋଷ ନରହେ ସେଠି ପ୍ରତି ଖାସ ଧ୍ୟାନ ଦେଇ ନିଜେ ଦରଦୀ ଅଭିଭାବକ ଭାବରେ ନିଜର କର୍ତ୍ତବ୍ୟ କରିଥିଲେ ବିଧାୟକ ଶ୍ରୀ ସିଂ । ମାନ୍ୟବର ବିଧାୟକ ଙ୍କର ନିକଟରୁ ଏତେ ସବୁ ଜିନିଷ ପାଇବା ପରେ ଗ୍ରାମ ର ସାଧାରଣ ଜନତା ଏବଂ ସେ ଝିଅ ର ଖୁସି କହିଲେ ନ ସରେ । ଉକ୍ତ ଖବର ଲୋକଲୋଚନକୁ ଆସିବା ପରେ ବରପାଲି ଅଞ୍ଚଳ ରେ ବିଧାୟକ ସୁଶାନ୍ତ ସିଂହଙ୍କର ପ୍ରଂଶସା ପ୍ରତ୍ୟେକ ମୁହଁରୁ ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.