ବରଗଡ :- ଆଗାମୀ ମେ ମାସ ଏକ ତାରିଖ ରୁ ପାଞ୍ଚ ତାରିଖ ପର୍ଯନ୍ତ ହେବକୁ ଥିବା ମହାପ୍ରଭୁ ନୃସିଂହନାଥ ଜନ୍ମୋତ୍ସଵ ଓ ପ୍ରସିଦ୍ଧ ବୈଶାଖ ମେଳାର ଆଜି ତୃତୀୟ ବୈଠକ ରେ ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମୋନିଶା ବାନାର୍ଜୀ ଙ୍କର ଦ୍ୱାରା ବିଶୃତ ସମୀକ୍ଷା କରା ଯାଇଛି । ମନ୍ଦିର ପରିସରରେ ବୈଶାଖ ମେଳା କମିଟି ଓ ଅଧିକାରୀ ମାନଙ୍କ ଉପସ୍ଥିତି ରେ ଜିଲ୍ଲାପାଳ ମେଲା ଓ ମହାପ୍ରଭୁ ଙ୍କର ଜନ୍ମୋତ୍ସଵ ଅବସରରେ ହେବାକୁ ଥିବା ବିଭିନ୍ନ କାର୍ଯର ସମୀକ୍ଷା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମ ବୈଠକରେ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ଅନୁପସ୍ଥିତି କୁ ନେଇ ତୀବ୍ର ସମାଲୋଚନା କରାଯିବା ସହିତ ଜିଲ୍ଲାର ସର୍ବପୁରାତନ ମେଲା ପ୍ରତି ପ୍ରଶାସନିକ ଉଦାସୀନତା ବିରୋଧରେ ଉପସ୍ଥିତ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରଥମ କରି ବୈଶାଖ ମେଳା ସମୀକ୍ଷା ବୈଠକରେ ଜିଲ୍ଲାପାଳ ଯୋଗ ଦେଇଥିବାରୁ କମିଟିର ସଦସ୍ୟ ଓ ମନ୍ଦିର କର୍ମଚାରୀ ମାନେ ଆନନ୍ଦ ପ୍ରକାଶ କରିଥିଲେ । ସଭାରେ ଉପଜିଲ୍ଲାପାଳ ସଦାକର କୁମ୍ଭାର ସଭାପତିତ୍ବ କରିଥିବା ବେଳେ ସ୍ଥାନୀୟ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଜିଲ୍ଲାପାଳ ବୈଶାଖ ମେଳା ରେ ମୁଖ୍ୟତଃ ପାନୀୟ ଜଳଯୋଗାଣ, ସ୍ବାସ୍ଥ୍ୟ ଠିକ ରଖିବା ପାଇଁ ଓ ଆର ଏସ ପାଉଡର ମହଜୁତ ରଖିବା, ଅସ୍ଥାୟୀ ବିଦ୍ୟୁତ୍ ସପ୍ଲାୟ ଠିକ୍ ଭାବରେ ଯୋଗାଇବା, ଦମକଳ ବିଭାଗ ଗାଡ଼ି ଯାତାୟାତ ପାଇଁ ସୁବିଧା ଓ ଶାନ୍ତି ଶୃଙ୍ଖଳା ରକ୍ଷା ଠିକ୍ ଭାବରେ ରଖିବା ପାଇଁ ସଭାରେ ଆଲୋଚନା କରିଥିଲେ। ଶେଷରେ ସାମ୍ୱାଦିକ ତଥା ପରିଚାଳନା କମିଟି ସଦସ୍ୟ ବଡ଼ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ସମସ୍ତ ସହ ମିଶି ଜିଲ୍ଲାପାଳ ବାନାର୍ଜୀ ମନ୍ଦିର ପରିସରରେ ମହାପ୍ରଭୂଙ୍କ ଅନ୍ନ ପ୍ରସାଦ ସେବନ କରିଥଲେ ।
Sign in
Sign in
Recover your password.
A password will be e-mailed to you.